ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଅଧ୍ୟାପକ ଡଃ ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

ଓଡ଼ିଆ ଅଧ୍ୟାପକ ଡଃ ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

ରାଉରକେଲା: ଆଜି ଭୋର ୩ ଘଟିକା ସମୟରେ କଟକ ଏକ ଘରୋଇ ମେଡ଼ିକାଲ ପାର୍ବତୀ ସେବା ସଦନରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଯୁବ ଅଧ୍ୟାପକ ଡଃ ଅରବିନ୍ଦ ଦାସଙ୍କ ପତ୍ନୀ ମମତା ମଲ୍ଲିକଙ୍କର ୩୭ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି। ଶ୍ରୀମତୀ ମଲ୍ଲିକ ସୁନ୍ଦରଗଡ଼ର ନୂଆଁ ଗାଁ ସ୍ଥିତ କୁନ୍ଦ୍ରୁଗୁଟୁ ଉଚ୍ଚ ପ୍ରାଥମିକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ଯ କରିଆସୁଥିଲେ। ଦୀର୍ଘ ବର୍ଷ ଧରି ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ ସହ କିଡନୀ ଡାୟଲେସିସ୍ ରେ ଥିଲେ। ଚିକିତ୍ସା ସୁବିଧା ଦୃଷ୍ଟିରୁ ଶ୍ରୀମତୀ ମଲ୍ଲିକଙ୍କ ବର୍ଷେ ହେବ ଭଦ୍ରକ ସ୍ଥିତ ସ୍ବାମୀଘର ପାଖ ମନ୍ତ୍ର ବାସୁଳୀ ସ୍କୁଲ,ଗୋପନଗର, ତିହିଡ଼ି, ଭଦ୍ରକକୁ ବଦଳି ହୋଇ ଯାଇଥିଲା। ସୂଚନାଯୋଗ୍ୟ ଯେ ଶ୍ରୀମତୀ ମଲ୍ଲିକଙ୍କ ଜନ୍ମସ୍ଥାନ ଓ କର୍ମସ୍ଥାନ ରାଉରକେଲା ଥିଲା ବେଳେ ତାଙ୍କର ସ୍ବାମୀ ଡଃ ଅରବିନ୍ଦ ଦାସ ଦୀର୍ଘ ବର୍ଷ ଧରି ରାଉରକେଲାରେ ରାଉରକେଲା କଲେଜ, ସୁଶୀଳାବତୀ ସରକାରୀ ଜୁନିୟର କଲେଜରେ ଅଧ୍ୟାପନା କରି ଆସିଥିଲେ ଏବଂ ବହୁ ସାରସ୍ବତ ସଂଗଠନ ସହ ଜଡ଼ିତ ରହିବା ସହ ବହୁ ଲୋକପ୍ରିୟତାକୁ ସାଉଁଟି ପାରିଥିଲେ। ଆଜି ଭୋରରୁ ଶ୍ରୀମତୀ ମଲ୍ଲିକଙ୍କ ଅକାଳ ବିୟୋଗ ଖବର ପାଇବା ପରେ ତାଙ୍କର ରାଉରକେଲାସ୍ଥ ପରିବାର, ବନ୍ଧୁ-ବାନ୍ଧବ, ସହକର୍ମୀ ତଥା ଛାତ୍ର-ଛାତ୍ରୀମାନଙ୍କ ଭିତରେ ଗଭୀର ଶୋକର ଛାୟା ଖେଳିଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ଆମ୍ବେଦକର ଛକ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ, ଯାନବାହନ ଯାଞ୍ଚ

Sunil Chandra Nayak

ଝାଡେଶ୍ୱର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର 

masiha

ଗୁପ୍ତଚର ପାରା ଉଦ୍ଧାର ଫାଣ୍ଡିକୁ ହସ୍ତାନ୍ତର

Sunil Chandra Nayak

Leave a Comment

error: Content is protected !!