ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଉଳ ଅମାବାସ୍ୟା ନୀତି ପାଳିତ

ବଉଳ ଅମାବାସ୍ୟା ନୀତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ବଉଳ ଅମାବାସ୍ୟା ନୀତି ପାଳିତ। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର, ପହିଲି ଭୋଗ ଲାଗି ହୋଇଥିଲା। ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା, ଚକା, ପୁଳୀ, ଗଇଁଠା, ବଉଳ ଲାଗି ହୋଇଛି।ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ, ସଂଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ, ପରେ ପହଡ଼ ପଡ଼ିବ। ପୂଜକ ମଳୟ କର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମୋହନ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଏହି ବଉଳ ଅମାବାସ୍ୟା ନୀତି ପାଳିତ ହୋଇଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ପରିଦର୍ଶନ 

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ପକ୍ଷ ୨୦୨୬ ପାଳନ 

Sunil Chandra Nayak

ବିନା ପ୍ରଚାର ପ୍ରସାର ରେ ସରିଲା ଗୋଲାମୁଣ୍ଡା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ

masiha

Leave a Comment

error: Content is protected !!