ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାନୁଆରୀ ୪ ଓ ୫ରେ ଯୁଗଯାତ୍ରୀ ସାହିିତ୍ୟ ସଂସଦର ରାଜ୍ଯ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ , କବି ଭାରତ ମାଝୀଙ୍କୁ ଯୁଗଯାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସାହିତ୍ୟ ସମ୍ମାନ

ଜାନୁଆରୀ ୪ ଓ ୫ରେ ଯୁଗଯାତ୍ରୀ ସାହିିତ୍ୟ ସଂସଦର ରାଜ୍ଯ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

କବି ଭାରତ ମାଝୀଙ୍କୁ ଯୁଗଯାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସାହିତ୍ୟ ସମ୍ମାନ

ମ.ରାମପୁର:୩୧/୧୨(ମସୀହା): କଳାହାଣ୍ଡି ଜିଲ୍ଳାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ରାଜ୍ଯ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଆସନ୍ତା ଜାନୁଆରୀ ୪ ଓ ୫ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହେବ । ଏହି ଅବସରରେ ଯୁଗଯାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସାହିତ୍ୟ ସମ୍ମାନ ପାଇବାକୁ କବି ଭାରତ ମାଝୀ ମନୋନୀତ ହେଇଛନ୍ତି । କବି ଭାରତ ମାଝୀ ସମକାଳର ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । କବିଙ୍କ କବିତା ପୁସ୍ତକ ଅଗାଧୁ ଦୁଆରୀ,ସରଳ ରେଖା, ମୂର୍ତ୍ତିକାର,ମହାନଗର ପଦ୍ୟ, ଭାରତ ମାଝୀ ଡ଼ଟ୍ କମ.ଢୋ, ହାଇୱେ ରେ କୁହଡ଼ି,ମାର୍ଫତ ,ଫୁଟପାଥ୍ ଓ ମାଝୀ ଗୀତ ପ୍ରକାଶିତ ହେଇଥିବାବେଳେ ଅନୁବାଦ ପୁସ୍ତକ ଜୟନ୍ତ ମହାପାତ୍ରଙ୍କ ରିଲେସନସିପ୍‌(ସଂପର୍କ),ସୁନୀଲ ଗଙ୍ଗୋପାଧ୍ୟାୟ ଙ୍କ ଅନ୍ୟ ଜୀବନର ସ୍ୱାଦ(ଉପନ୍ୟାସ),ଅଶ୍ୱିନୀ କୁମାରଙ୍କ ବନାରସ ଓ ଅର୍ଦସ(ବନାରସ ଓ ଅନ୍ୟମାନେ) ପୁସ୍ତକ ଓଡ଼ିଆ ସାହିତ୍ୟରେ ଖୁବ୍ ପ୍ରସିିଦ୍ଧି ଲାଭ କରିଛି । କଳାହାଣ୍ଡିରେ ଜନ୍ମିତ କବି ଭାରତ ମାଝୀ ସଂପ୍ରତି ଭୁବନେଶ୍ୱରେ ସାମ୍ବାଦିକତା କରିବା ସହିତ ସାହିତ୍ୟ ସାଧନା ଜାରୀ ରଖିଛନ୍ତି । ତେବେ ଆସନ୍ତା ଜାନୁଆରୀ ୪ ଓ ୫ ଦୁଇଦିନ ଧରି ହେବାକୁ ଥିବା ଏହି ରାଜ୍ୟ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର ଉଦଯାପନୀ ଉତ୍ସବରେ କବିଙ୍କୁ ସମ୍ମାନୀତ କରାଯିବ ବୋଲି ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ର ଓ ସଂପାଦକ ହେମନ୍ତ ସାହୁ ସୂଚନା ପ୍ରଦାନ କରିଛନ୍ତି । ଏହି ମହୋତ୍ସବ ଅବସରରେ ଦିଆଯିବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ଯୁବ ପ୍ରତିଭା ସମ୍ମାନ ଓ ସୁବର୍ଣ୍ଣ ଜୟନ୍ତୀ ନବ ପ୍ରତିଭା ସମ୍ମାନ ଖୁବ୍ ଶିଘ୍ର ଘୋଷଣା କରାଯିବ ବୋଲି ସଂପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଏସ.ପି.ସି.ବି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ଚିଙ୍ଗୁଡ଼ିଖୋଲ ରେ ଧୁମଧାମରେ ହିନ୍ଦୁ ନବ ବର୍ଷ ପାଳିତ

masiha

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ 

masiha

Leave a Comment

error: Content is protected !!