ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ 

ବନ୍ଧୁଗାଁ ତା, ୩୧/୧୨/୨୪,ବନ୍ଧୁଗାଁରେ ଚାଷୀଙ୍କ ଅଭିନବ ପ୍ରତିବାଦ, ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ ଗଛ ନେଇ ପହଞ୍ଚିଲେ ତହସିଲ କାର୍ଯ୍ୟାଳୟ I ଉଜୁଡ଼ି ଗଲା ସୁନାର ଫସଲ । କ୍ଷତି ପୂରଣ ଦାବିରେ ତାତିଲେ ଚାଷୀ ଆଉ ବିଶାଳ ରାଲି କରି ତହସିଲଦାର ଶ୍ରୀମତି ସୋନାଲି ପାତ୍ରଙ୍କୁ ସରକାରଙ୍କ ଉଦ୍ୟେଶରେ ଦାବୀ ପତ୍ର ଦେବାକୁ ଆସିଲେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଚାଷୀ । ଅଦିନିଆ ବର୍ଷା ଯୋଗୁଁ ସାରା ଓଡ଼ିଶାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏକାଧିକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ମଧ୍ୟ ଆସିଛି ।  ଓଡ଼ିଶାର କୋରାପୁଟ ଜିଲ୍ଲାରେ ମଧ୍ଯ ଅଦିନିଆ ବର୍ଷା ର ପ୍ରକୋପ ଦେଖିବାକୁ ମିଳିଥିଲା ଆଜି ବନ୍ଧୁଗାଁ ବ୍ଲକ୍ ର ଚାଷୀ ସ୍ଥାନୀୟ ତହସିଲଦାର ଙ୍କୁ ଦାବୀ ପତ୍ର ଦେଇଥିବା ସମୟରେ କଣ୍ଡଗୋରି ପାଇଡ ଆମା, ସୂରିଆମା ପିଡ଼ିକା,ସୁବାରାଓ କେଣ୍ଡରୁକା,ଆଦାନl କାଡ୍ରାକା,ଜିରାମ ମାଝୀ,ପୀଡ଼ିକା ସୀତା,କାଡ୍ରାକା ସୀତାଇ,ପୁଆଲା ସିଙ୍ଗନା,ପୁଆଲା ମାଲି ଓ ବ୍ଲକରୁ ଆସିଥିବା ବହୂଚାଷୀ ଉପସ୍ଥିତ ରହିଥିଲେ I 

ସଂଜୀବ କୁମାର ବଂଗରୀ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ ର ଝିଅ ସାଇନା ସର୍ବଭାରତୀୟ ସି ଏ ପରୀକ୍ଷା ରେ ୪୭ ନମ୍ବର ରେଙ୍କ ରେ କୃତିତ୍ଵ

masiha

ହେପାଟାଇଟିସ୍-ସି ଚିକିତ୍ସା ସେବାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜ଼ିଲ୍ଲାକୁ ରାଜ୍ୟରେ ତୃତୀୟ ପୁରସ୍କାର

Sunil Chandra Nayak

ଇନ୍ଦ୍ରାବତୀ ଜଳବନ୍ଦୀରୁ ମୁଖ୍ୟ ସ୍ରୋତରେ ସାମିଲ ହେବ ୧୬ ଗାଁ , ୧୨୫ କୋଟି ୬୧ ଲକ୍ଷ ବ୍ୟୟ ଅଟକଳ ମଞ୍ଜୁର , ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ନିର୍ମାଣ ହେବ ସେତୁ

Leave a Comment

error: Content is protected !!