ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ କଳ୍ପତରୁ ଉତ୍ସବ ପାଳିତ

ଡାବୁଗାଁରେ କଳ୍ପତରୁ ଉତ୍ସବ ପାଳିତ

ଡାବୁଗାଁ,୧/୧/୨୦୨୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ନିକଟସ୍ଥ ଗରୁଡଗୁଡା ଗ୍ରାମ ରାମକୃଷ୍ଣ ମିଶନ ଠାରେ ଡାବୁଗାଁ ରାମକୃଷ୍ଣ ଶାରଦା ସେବାସଙ୍ଘର କଳ୍ପତରୁ ଉତ୍ସବ ବୁଧବାର ପାଳିତ ହୋଇଯାଇଛି | ଏଥିରେ ପୂର୍ବତନ ସାସଂଦ ଭଗବାନ ମାଝୀ ସଭାପତିତ୍ଵ କରିଥିଲେ | ରାମକୃଷ୍ଣ ଶାରଦା ସେବା ସଂଘର ସଭାପତି ସୁରେଶ ଚନ୍ଦ୍ର ସାମଲ ସ୍ଵାଗତ ଭାଷଣ ଦେବା ସହ କଳ୍ପତରୁର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ | ଏଥିରେ ଅତିଥି ଭାବେ ଉମରକୋଟ ସାରଦା ସେବା ସଙ୍ଘ ର ସଭାପତି ରମେନ ବିଶ୍ୱାସ ଯୋଗ ଦେଇ ଠାକୁର ଶ୍ରୀ ରାମକୃଷ୍ଣ ଙ୍କର କଳ୍ପତରୁ ବିଷୟରେ ଠାକୁରଙ୍କ ମହତ ବାଣୀ ଭକ୍ତ ମାନଙ୍କୁ ଶୁଣାଇଥିଲେ | ଏଥିରେ ନବରଙ୍ଗପୁର ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ରାଧାନାଥ ବେହେରା ଠାକୁରଙ୍କର ଚୈତନ୍ୟ ଲାଭ ବିଷୟରେ କହିଥିଲେ | ଏହି ଉତ୍ସବରେ ଅବସରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ସୁରେନ୍ଦ୍ର ନାଥ ଦାଶ, ବିବେକାନନ୍ଦ ଭାବ ପ୍ରଚାର ପରିଷଦ ଯୁଗ୍ମ ଆବାହକ ପୂର୍ଣ୍ଣ ଚନ୍ଦ୍ର ସେନଗୁପ୍ତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନ୍ଦନ ମହାନ୍ତି, ବରିଷ୍ଠ ସଦସ୍ୟ ହରେନ୍ଦ୍ର ନାଥ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ | ଏଥିରେ ଡାବୁଗାଁ ସଂଘର କୋଷାଧ୍ୟକ୍ଷ ରଘୁନାଥ ବିଶୋଇ, ଗଙ୍ଗାଧର ମହାଙ୍କୁଡ, ରଞ୍ଜିତ ବିଶୋଇ, ଚୈତନ୍ୟ ବିଶୋଇ, ଶଙ୍କର ବିଶୋଇ ଓ ଅନ୍ୟ ଭକ୍ତ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଏହି ଉତ୍ସବରେ ପ୍ରାୟ ୧୦୦୦ ରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା | ସଂଘ ର ସମ୍ପାଦକ ଦିବାକର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଶିଖା ବୈରାଗୀ, ରେବତୀ ମୋହନ ଶିବ ଓ ସିମାଞ୍ଚଳ ଜେନା ଭଜନ ପରିବେଷଣ କରିଥିଲେ | |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ

masiha

ଇନ୍ଦିପୁର ଗ୍ରାମରେ ମହା ଆଡମ୍ବର ରେ ମହାଲକ୍ଷ୍ମୀ ପୂଜା ପାଳିତ 

masiha

ଅନ୍ୱେଷା ହଷ୍ଟେଲରେ ଅବ୍ୟବସ୍ଥାକୁ ନେଇ ଅଭିଭାବକ ସମ୍ମିଳନୀ

masiha

Leave a Comment

error: Content is protected !!