ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଙ୍ଗା ଦଦରା ଘରେ ବିତୁଛି ଜୀବନ 

ଭଙ୍ଗା ଦଦରା ଘରେ ବିତୁଛି ଜୀବନ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବରୋପଦର ପଞ୍ଚାୟତ ତେଳିସରାବାହାଲି ବସ୍ତି ପଡ଼ା ଗାଁ ର ଅନିରୁଦ୍ଧ ଭୋଇ ବୟସ ୪୮ ତାଙ୍କର ଗୋଟିଏ ପୁଅ ଆଠ ବର୍ଷର ଏବଂ ଝିଅ ନଅ ବର୍ଷର ଚାରି ସଦସ୍ଯ ସହିତ ଗୋଟିଏ ବଘରା ଭଙ୍ଗା ଦଦରା ଝାଡି ମାଟି କୁଡିଆ ଘରେ ଜୀବନ ବିତୁଛି lଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ବ ହେବ ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ l ଆବାସ ଯୋଜନା ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରିସୁଦ୍ଧା ଏହି ପରିବାର ଏଥିରୁ ବଞ୍ଚିତ ହୋଇଛନ୍ତି l ଫଳରେ ଭଙ୍ଗା ଦଦରା କୁଡିଆରେ ଏମାନଙ୍କ ଜୀବନ ବିତୁଛି l ଘରଟିକୁ ମରାମତି କରିପାରୁ ନ ଥିବାରୁ ଘରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି l ଦୀର୍ଘ ଦଶବର୍ଷ ରୁ ଉର୍ଦ୍ଧ ହେବ ଏହି ପରିବାର ଏଭଳି ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି l ତାଙ୍କ ପକ୍ଷେ ମରାମତି କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି l କିଛି ଦିନ ପୂର୍ବେ ପ୍ରବଳ ବର୍ଷା ଏବଂ ଲଘୁଚାପ ରେ ଗୋଟିଏ କାନ୍ଥ ଭୁଶୁଡ଼ି ଥିବାରୁ ସେହି ଭଙ୍ଗା ଦଦରା ଘର ଉପରେ ପାଳ ଦେଇ ଉଭୟ ପରିବାର ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି l ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ହିତାଧିକାରୀ ମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀ କରିଛନ୍ତି l ଏ ସଂପର୍କରେ ବିଡ଼ିଓ ସିଦ୍ଧେଶ୍ୱର ମେହେର କୁ ପଚାରିବାରୁ ନୂତନ ସର୍ଭେ ୨୦୨୫ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଜନାରେ ସାମିଲ କରି ଉଚିତ ହିତାଧିକାରୀ ଚୟନ କରିବା ସହିତ ଆବାସଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସମସ୍ୟା ଘେରରେ ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର : ସମାଧାନ ପାଇଁ ସରକାରଙ୍କୁ ନିବେଦନ କଲେ ବରିଷ୍ଠ ନାଗରିକ ବୁଲେଇ ବେହେରା

ବିଜେପି ସଦସ୍ୟ ଓ ଗ୍ରାମ ଯୁବକ ମାନଙ୍କ ସହଯୋଗରେ ୪୦୦ ଗଛ ବୃକ୍ଷ ରୋପଣ

Sunil Chandra Nayak

ମହାବୀର କମ୍ପାନୀକୁ ଜୋରଦାର ବିରୋଧ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!