ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତ୍ୟନ୍ତ ଭବ୍ୟ ହେବ କଳାହାଣ୍ଡି ଉତ୍ସବ ମଶାଲ ଶୋଭାଯାତ୍ରା

ଅତ୍ୟନ୍ତ ଭବ୍ୟ ହେବ କଳାହାଣ୍ଡି ଉତ୍ସବ ମଶାଲ ଶୋଭାଯାତ୍ରା

ମଶାଲ କମିଟିର ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୦୨/୦୧- ୨୭ତମ କଳାହାଣ୍ଡି ଉତ୍ସବକୁ ନେଇ ଜିଲ୍ଲା ପ୍ରଶାସନ ବେଶ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ, ଗୌରବମୟ ପ୍ରାଣ ପ୍ରାଚୁର୍ଯ୍ୟର ଗାଥା ବଖାଣିବାକୁ ଜୋରଦାର ପ୍ରୟାସ ଜାରି ରହିଛି। ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ପବିତ୍ର ପୀଠରୁ ଆସୁଥିବା ମଶାଲକୁ ସ୍ୱାଗତ କରିବା ସହିତ ଉତ୍ସବ ଦିନ ମଶାଲଯାତ୍ରାକୁ ଭବ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହିକ୍ରମରେ ଆଜି ଅପରାହ୍ନ ୪ଟା ସମୟରେ କଳାହାଣ୍ଡି ଉତ୍ସବ ମଶାଲ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ଯୋଜନା ଓ ସମ୍ମନ୍ୱୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଜିଲ୍ଲା ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ନେହରୁ ଯୁବକେନ୍ଦ୍ରର ଲେଖାପାଳ ଦୂତିଆ ବନଛୋର ଯୋଗ ଦେଇଥିଲେ। ଏଥିରେ କମିଟିର ଆବାହକ ଯଯାତି କେଶରୀ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସହ ଆବାହକ ପ୍ରଦୀପ କୁମାର ଦାସ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନିମନ୍ତ୍ରିତ ସଦସ୍ୟ ଭାବେ ପୂର୍ବତନ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ପୂର୍ବତନ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷା ସନ୍ତୋଷୀ ଦାସ, ସଦସ୍ୟ ସୂର୍ଯ୍ୟ ନାରାୟଣ କୁମାର, ଶାନ୍ତିସ୍ୱରୂପ ପଣ୍ଡା, ସତ୍ୟବ୍ରତ ଦାସ, ସୁଶୀଲ କୁମାର ବାଗ, କୃଷ୍ଣଚନ୍ଦ୍ର ପ୍ରଧାନ, ବୃନ୍ଦାବନ ତ୍ରିପାଠୀ, ରୋଶନଲାଲ ଛତର, ଅଜୟ କୁମାର ପଣ୍ଡା, କ୍ଷୀରସିନ୍ଧୁ ନାଏକ, ସୀତାରାମ ନାୟକ, ପୀତବାସ ବେହେରା, ପ୍ରତିଭା ଚୌହାନ, ସୂତପା ବହିଦାର, ପ୍ରମିଳା ଆରୁଖ, ସମିତା ନାୟକ, ପ୍ରତୀକ ଯୋଶୀ, ଜିତେନ୍ଦ୍ର ବେହେରା, ଟ୍ୱିଙ୍କିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

 

Related posts

ଡାବୁଗାଁରେ ଲୋକକଳା ଦିବସ ପାଳିତ

Sunil Chandra Nayak

ଜଜଗୋଡା ଗ୍ରାମରେ ସାନ୍ତାଳୀ ଶିକ୍ଷାନୁଷ୍ଠାନ ଅଲଇତୁନ ଆଶ୍ଳା ଉଦଘାଟିତ

Sunil Chandra Nayak

୭୯ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!