ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଚମକାଇ ଦେଲେ ଝିଅ ବନିତା

ପୁଣି ଚମକାଇ ଦେଲେ ଝିଅ ବନିତା 

ନବରଙ୍ଗପୁର:(୨||୧॥୨୫)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଗାଦବା ଗୁଡା ନିବାସୀ ଗୋପାଳକୃଷ୍ଣ ମହାପାତ୍ର ଙ୍କ ନାତୁଣୀ, ନବୋଦୟ ବିଦ୍ୟାଳୟ ଝାରସୁଗୁଡ଼ା ର ଅଧ୍ୟାପକ, ସ୍ତମ୍ବକାର ବନବିହାରୀ ଦାଶଙ୍କ ଝିଅ ବନିତା ପୁନର୍ବାର ଅବିଭକ୍ତ କୋରାପୁଟ ପାଇଁ ଗୌରବ ଆଣିଛନ୍ତି l ସେ ଆସନ୍ତା ଜାନୁୟାରୀ ୧୧ ଓ ୧୨ ତାରିଖରେ ନୂଆ ଦିଲ୍ଲୀ ଠାରେ ଭାରତ ମଣ୍ଡପମ ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମ୍ମୁଖରେ “ବିକଶିତ ଭାରତ ଯୁବ ନେତା ବାର୍ତ୍ତାଳାପ ୨୦୨୫” କାର୍ଯ୍ୟକ୍ରମରେ”ସେମିକଣ୍ଡକ୍ଟର ଓ ବିକଶିତ ଭାରତ “ସମ୍ପର୍କିତ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବାକୁ ଓଡିଶା ସରକାରଙ୍କ ତରଫରୁ ମନୋନୀତ ହୋଇଛନ୍ତି l କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗୀତାରେ ସଫଳତା ହାସଲ କରି ସେ ଏହି ସୁଯୋଗ ଲାଭ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସେ ଅlଠ ଜାନୁଆରୀ ରେ ସେ ନୂଆ ଦିଲ୍ଲୀ ଯାତ୍ରା କରିବେ l ବିନିତା ଙ୍କ ଏହି ସଫଳତା ପାଇଁ ଜିଲ୍ଲା, ରାଜ୍ୟ ଓ ଦେଶର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି l

( ମ ନି ସ )

Related posts

ସକ୍ଷମ ନୃତ୍ୟ ଏକାଡେମୀ ତରଫରୁ ଜାତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ମହୋତ୍ସବ, ରାସ୍ ରଙ୍ଗ ମହୋତ୍ସବ ୨୦୨୬ ପାଳନ

ବିଦ୍ୟୁତ ବିଭାଗର ଚରମ ଅବହେଳା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୨ ମୃତ, ୧ ଗୁରୁତର   

masiha

ସିନାପାଲି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!