ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ଶ୍ରେଷ୍ଠ ପାଣି ପଞ୍ଚାୟତ ରୂପେ ଖଡ଼ିଆଳ ବ୍ଲକ ଡୁମେରଜୋର୍ ପାଣି ପଞ୍ଚାୟତ ସମ୍ମାନିତ

ରାଜ୍ୟ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ଶ୍ରେଷ୍ଠ ପାଣି ପଞ୍ଚାୟତ ରୂପେ ଖଡ଼ିଆଳ ବ୍ଲକ ଡୁମେରଜୋର୍ ପାଣି ପଞ୍ଚାୟତ ସମ୍ମାନିତ

ନୂଆପଡା,ଭୁବନେଶ୍ୱର ଠାରେ ଜଳ ସମ୍ପଦ ବିଭାଗ,ଓଡ଼ିଶା ସରକାର ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ପଞ୍ଚାୟତରେ ଚାଷୀମାନଙ୍କ ଜମିକୁ ସୁଷମ ଜଳ ଆବଣ୍ଟନ ପାଇଁ ଜଳ ସମ୍ପଦ ବିଭାଗର ପକ୍ଷ ରୁ ଶ୍ରେଷ୍ଠ ପାଣିପଞ୍ଚାୟତ ପୁରସ୍କାରରେ ସମ୍ମାନିତ ହେଲେ ଖଡ଼ିଆଳ ବ୍ଲକ ଡୁମେରଜୋର୍ ପାଣି ପଞ୍ଚାୟତ। ପାଣି ପଞ୍ଚାୟତ ସମ୍ପାଦକ ଶ୍ରୀଯୁକ୍ତ ମାନବିନ୍ଦ୍ର ସିଂ ବାରିକ ଯୋଗ ଦେଇ ଏହି ସମ୍ମାନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପାଢ଼ୀଙ୍କ କରକମଲରୁ ସମ୍ମାନ ଗ୍ରହଣ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୂର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି

Sunil Chandra Nayak

ଦହିପଣା ଓ ଶୁଖିଲା ଖାଦ୍ୟ ବଣ୍ଟନ

masiha

ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

Leave a Comment

error: Content is protected !!