ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଲିଙ୍ଗିବାଜା ପତ୍ରିକାର ନୂଆବର୍ଷ ସଂଖ୍ୟା ଲୋକାର୍ପିତ 

ତେଲିଙ୍ଗିବାଜା ପତ୍ରିକାର ନୂଆବର୍ଷ ସଂଖ୍ୟା ଲୋକାର୍ପିତ 

ରାଉରକେଲା: ବେଦବ୍ୟାସରୁ ପ୍ରକାଶ ପାଇ ଆସୁଥିବା ତ୍ରୟମାସିକ ଶିଶୁ-କିଶୋର ପତ୍ରିକା ତେଲିଙ୍ଗିବାଜାର ନୂଆବର୍ଷ ସଂଖ୍ୟା ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କାଦମ୍ବିନୀ ପତ୍ରିକା ହାଟରେ ବରିଷ୍ଠ ଶିଶୁ-ସାହିତ୍ୟିକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ ଲେଖକ ବୀରେନ୍ଦ୍ର କୁମାର ସାମନ୍ତରାୟ, ନିଖିଳ ଉତ୍କଳ ଶିଶୁ ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସେନାପତି, ସାହିତ୍ୟିକ ସତ୍ୟବ୍ରତ ଦାସ ଡଃ. ଅରୁଣ ପଣ୍ଡା,ଶ୍ରୀକାନ୍ତ କୁମାର ମହାଳିକଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି l ତେଲିଙ୍ଗିବାଜା ପତ୍ରିକା ପକ୍ଷରୁ ଖୋଲା ଯାଇଥିବା ପତ୍ରିକା ଷ୍ଟଲ୍ ରେ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ, ସହସମ୍ପାଦିକା କମଳା ବାରିକ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ l ଖ୍ୟାତନାମା ଲେଖକ ଡଃ. ରାଜକିଶୋର ପାଢ଼ୀ, ଡଃ. ସନାତନ ପଣ୍ଡା, ଡଃ. ରାମଚନ୍ଦ୍ର ଦେଓ, ଡଃ. ଶରତ କୁମାର ବିଶ୍ଵାଳ, ଡଃ. କୃତ୍ତିବାସ ନାୟକ, ଡଃ.ପର୍ଶୁରାମ ପଣ୍ଡା, ଡଃ.ସଚ୍ଚିଦାନନ୍ଦ କର, ଡଃ. ଚନ୍ଦ୍ରଶେଖର ହୋତା, ବଙ୍କିମ ଚନ୍ଦ୍ର ନାୟକ,କବି ଅପର୍ଣ୍ଣା ସାହୁ, ନଗେନ୍ଦ୍ରନାଥ ପଟ୍ଟନାୟକ, ମନୋଜ ଭଳ,ତନ୍ମୟ ମିଶ୍ର, ରମେଶ ଚନ୍ଦ୍ର ଦାଶ, ରଘୁନନ୍ଦନ ମହାପାତ୍ର ଓ ରବୀନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ତେଲିଙ୍ଗିବାଜା ଷ୍ଟଲ୍ ବୁଲି ପତ୍ରିକାର ପୁରାତନ ଓ ନୂତନ ସଂଖ୍ୟା ଗ୍ରହଣ କରିଥିଲେ l କୁନିକଥା ଓ କାଦମ୍ବିନୀ ପତ୍ରିକାର ସମ୍ପାଦକ ଇତି ସାମନ୍ତ,କିଟ୍ ନିର୍ଦ୍ଦେଶକ ଡଃ. ଅଚ୍ୟୁତ ସାମନ୍ତ, ଗୀତିକାର ପଞ୍ଚାନନ ନାୟକ, ସଂଳାପ ଲେଖକ ବିଜୟ ମଲ୍ଲ ପ୍ରମୁଖଙ୍କୁ ପତ୍ରିକା ଉପହାର ଦେଇଥିଲେ l ପତ୍ରିକାର ଉପଦେଷ୍ଟା ଅପର୍ଣ୍ଣା ସାହୁ, ଇ.ପ୍ରକଳ୍ପ ପ୍ରକାଶ, କାଜଲ ବାରିକ, ଇଞ୍ଜିନିୟର ସୋମ ଶୁଭମ୍, ଅନିଶା ଅନିଲିପ୍ସା ପତ୍ରିକା ବିକ୍ରୟ ଓ ପ୍ରଦର୍ଶନୀରେ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲିପଡା ବଣିକ ସଂଘର ବରିଷ୍ଠ ସଦସ୍ୟ ନିର୍ଣ୍ଣୟ ପୁଟେଲଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

masiha

ବର୍ଷା ଅସରାଏ ରେ ଧର୍ମଗଡ ଏସ ଟି ସ୍କୁଲ ଛକର ହାଲ ବେହାଲ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ବିଜୟ ସହିସ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!