ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସଡକ ସୁରକ୍ଷା ମାସ ପାଳନ 

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସଡକ ସୁରକ୍ଷା ମାସ ପାଳନ 

ରାଉରକେଲା: ଚଳିତ ବର୍ଷ -୨୦୨୫ ଜାନୁୟାରୀ ମାସକୁ ସଡକ ସୁରକ୍ଷା ମାସ ରୂପେ ଏକ ସମ୍ପୂର୍ଣ୍ଣ ଜନ ଅଭିଯାନ କାର୍ଯ୍ୟକ୍ରମ ପାଳନ କରିବାକୁ ଓଡିଶା ସରକାର ନିର୍ଣ୍ଣୟ ନେଇଛନ୍ତି । ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣା ଓ ମୃତ୍ୟୁର ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି ସ୍ଥାନୀୟ ‘ପରିବହନ ବିଭାଗ’ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ସରକାରଙ୍କ ମୂଖ୍ୟ ଆଭିମୁଖ୍ୟ ପ୍ରତ୍ୟେକ ଜନସାଧାରଣ ” ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ, ର ଉଦ୍ଦେଶ୍ୟ ସଫଳ କରାଇବା ପାଇଁ ଦାୟିତ୍ଵ ଦେଇଛନ୍ତି । ଏହି କ୍ରମରେ “କ୍ଲିନ ଓ ଗ୍ରୀନ” ତରଫରୁ ଛୋଟ ପ୍ରତିନିଧି ଦଳ ଏକ ସୌଜନ୍ୟମୂଳକ ସାକ୍ଷାତ ‘ପରିବହନ ବିଭାଗ’ ର ବରିଷ୍ଠ ଅଧିକାରୀ ମାନଙ୍କୁ ଭେଟ କରି ଅତୀତରେ ବିଭାଗ ସହିତ ମିଳିତ ସହଯୋଗରେ କରିଥିବା କାର୍ଯ୍ୟକ୍ରମ ଉପରେ ସମ୍ୟକ ଧାରଣା ଦେଇ ଭବିଷ୍ୟତରେ ମଧ୍ୟ ଏହା ଅନୁଷ୍ଠାନ ତରଫରୁ ଜାରି ରଖାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ! ଏହି କ୍ରମରେ ହନୁମାନ ବାଟିକା ଛକରେ ” ସଡକ ସୁରକ୍ଷା ମାସ” ଉପଲକ୍ଷେ ଜନ ସଚେତନତା ପାଇଁ “କ୍ଲୀନ ଓ ଗ୍ରୀନ” ତରଫରୁ ଆୟୋଜିତ ଏବର୍ଷର ପ୍ରଥମ ‘ ସାମାଜିକ ସଚେତନତା ‘ ଅନ୍ତର୍ଗତ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଏହି ଅବସରରେ ମୂଖ୍ୟତଃ ଦୁଇ ଓ ଚାରି ଚକିଆ ବାହାନ ଚାଳକ ମାନଙ୍କୁ ହେଲମେଟ ଓ ସିଟ ବେଲଟ ପିନ୍ଧିବା ,ଦ୍ରୁତ ଚାଳନା ନ କରିବା ତଥା ଗାଡି ଚଳାଇବା ସମୟରେ ମୋବାଇଲରେ ବ୍ୟବହାର ନ କରିବାକୁ ଉପଦେଶ ଦିଆଯିବା ସହିତ ପ୍ରଚାର ପତ୍ର ବଣ୍ଟା ଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ରାଉରକେଲାର ଟ୍ରାଫିକ ଡିଏସପି ଶ୍ରୀ ପୁରୁଷୋତ୍ତମ ଭୋଇ,ପରିବହନ ଅଧିକାରୀ ଶ୍ରୀ ବିପ୍ଳବ ସାମନ୍ତରାୟ, ଏମଭିଆଇ ମାନସ ରଞ୍ଜନ ପୃଷ୍ଟି ମାନଙ୍କ ସହିତ ‘କ୍ଲିନ ଓ ଗ୍ରୀନ’ର ଉପସଭାପତି ଜ୍ୟୋସ୍ନା ନାୟକ, ସମ୍ପାଦକ ପ୍ରଦୀପ ଦାସ , ସାଂଗଠନିକ ସମ୍ପାଦକ ହିମାଂଶୁ ଶେଖର ମହାପାତ୍ର ଏବଂ ବରିଷ୍ଠ ସଭ୍ୟ ମାନଙ୍କ ଉପସ୍ଥିତରେ ସୁରୁଖୁରୁରେ ପରିଚାଳନା ହୋଇଥିଲା ।ଶେଷରେ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ସେମାନଙ୍କ ବକ୍ତବ୍ୟରେ “କ୍ଲିନ ଓ ଗ୍ରୀନ”ର ଏଭଳି ଦୃଷ୍ଟାନ୍ତ ମୂଳକ ଉଦ୍ୟମକୁ ଭୂୟସୀ ପ୍ରସଂଶା କରିଥିଲେ ଏବଂ ଭବିଷ୍ୟତରେ ଏହିଭଳି ସଚେତନତା କାର୍ଯ୍ୟକ୍ରମ ପାଇଁ ବିଭାଗ ତରଫରୁ ସମ୍ପର୍କ ସହଯୋଗ ମିଳିବାର ଆଶ୍ୱାସନା ଦେଇ ଥିଲେ । ନିୟମିତ ସମୂହ ‘ଓଁ ‘ ଉଚ୍ଚାରଣ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅସ୍ତିତ୍ବ ହରାଇଛି ଜୁନାଗଡ଼ କେନାଳ,,ଦୁର୍ଗତିରେ ଚାଷୀଙ୍କ ସ୍ଥିତି 

Sunil Chandra Nayak

ଅଦିନିଆ ବର୍ଷା ବିଗାଡିଦେଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ, ଖୋଲା ଆକାଶ ତଳେ ପାଣିରେ ଭାଷୁଛି ଚାଷୀଙ୍କ ଧାନ

masiha

କୋରାପୁଟରେ ମୁଖ୍ୟମନ୍ତ୍ରୀ ଦେଲେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ,୧ କୋଟି ମହିଳା ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା

Sunil Chandra Nayak

Leave a Comment

error: Content is protected !!