ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶ ବର୍ଷ ତଳେ ମାଟ୍ରିକ ପଢ଼ିଥିଲେ …. ଏବେ କହିଲେ ପୁଣି ପଢ଼ିବେ ମାଟ୍ରିକ !!

ଦଶ ବର୍ଷ ତଳେ ମାଟ୍ରିକ ପଢ଼ିଥିଲେ

…. ଏବେ କହିଲେ ପୁଣି ପଢ଼ିବେ ମାଟ୍ରିକ !!

ଏକାଠି ହେଲେ…ଝୁମିଲେ…ମଜିଲେ…ହଜିଲେ… ହେଲେ ସାମାଜିକ ଦାୟିତ୍ୱବୋଧକୁ ଭୁଲିଲେନି l ନିଜେ ପଢିଥିବା ସ୍କୁଲର ବିକାଶ ଏବଂ ଆର୍ଥିକ ଅନଗ୍ରସର ପିଲାଙ୍କ ପାଠ ପଢ଼ାଇବା ସହ ସାମାଜିକ ସ୍ୱାସ୍ଥ୍ୟସେବା ପାଇଁ ନୂଆ ସଂକଳ୍ପ ନେଲେ l 

ଧର୍ମଗଡ଼ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ (ପୂର୍ବରୁ ସରକାରୀ ଉଚ୍ଚ ବିଦ୍ୟାଳୟ) ୧୯୯୪ ମସିହାର ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ TEENAGERS OF 90’S ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି I ଭବାନୀପାଟଣା ନିକଟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରାବଣଦରରେ ଆୟୋଜିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ଆମେରିକା, ହାଇଦ୍ରାବାଦ, ଖଡ଼ଗପୁର, ଭୁବନେଶ୍ୱର, ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼ ଆଦି ଅଂଚଳରୁ ଆସିଥିବା ବନ୍ଧୁ ମାନେ ସମ୍ପୃକ୍ତ ଉଚ୍ଚବିଦ୍ୟାଳୟର ସମସ୍ୟାର ସମାଧାନ ସହ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି I ତାସହ ଜିଲ୍ଲାରେ ଜଣେ ବି ଛାତ୍ର କିମ୍ଵା ଛାତ୍ରୀ ଯେପରି ଅଭାବରୁ ପାଠପଢ଼ାରେ ଡୋରି ନଲାଗେ, ସେଦିଗରେ ଏକ ନୂଆ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା ! କାର୍ଯ୍ୟକ୍ରମ ଶେଷରେ ଭାବ ବିନିମୟ ସହ ତିରିଶ ବର୍ଷ ତଳର ସ୍କୁଲ ଜୀବନ ସମ୍ପର୍କରେ ଆଲୋଚନା କରି ଭାବବିହ୍ୱଳ ହେଇଥିଲେ ସମସ୍ତେ I କହିଥିଲେ ‘ଚାଲ ପୁଣି ଥରେ ମାଟ୍ରିକ ପଢ଼ିବା’ !! ଶେଷରେ କରତାଳି ଦେଇ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କଲେ !

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ

Sunil Chandra Nayak

ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ଭିନ୍ନକ୍ଷମ ମାନଙ୍କ ମୌଳିକ ଅଧିକାର ପାଇଁ ଦିନିକିଆ କର୍ମଶାଳା 

masiha

Leave a Comment

error: Content is protected !!