ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଙ୍କଟରେ ପହରିଆ ସମ୍ପ୍ରଦାୟର ଲୋକେ, ନିଜ କୌଳିକ ବୃତ୍ତି ହରାଇବାକୁ ବସିଛନ୍ତି !

ଗୋଲାମୁଣ୍ଡା/ମସିହା/ –୨୨/୦୪ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପ୍ରାୟ ଜଙ୍ଗଲ ନିକଟରେ ବସବାସ କରନ୍ତି ଓ ଜଙ୍ଗଲ ମଧ୍ୟରେ ଥିବା ଲଘୁ ବନ୍ୟଜାତ ଫଳମୂଳ  ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି, ଆଜି ମଧ୍ୟ ଦେଖିବାକୁ ମିଳିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ଚୁରାପାହାଡ଼ ପାର୍ଶ୍ୱବର୍ତୀ ନିକଟରେ ଥିବା ଅନେକ ସ୍ଥାନରେ ବସବାସ କରି ତାଙ୍କର ଜୀବିକା ନିର୍ବାହ କରୁଛନ୍ତି, । ସେମାନଙ୍କ ମଧ୍ୟରୁ ପହରିଆ ସମ୍ପ୍ରଦାୟର ଲୋକେ ନିଜ କୌଳିକ ବୃତ୍ତି ହରାଇବାକୁ ବସିଛନ୍ତି ! ଆଜିର ଯୁଗରେ ପ୍ଲାଷ୍ଟିକ ଜିନିଷ ଉପରେ ଚାହିଦା ବଢିବା ପରେ ପହରିଆଙ୍କ ଦ୍ୱାରା ବାଉଁଶରେ ନିର୍ମିତ ଅନେକ ପ୍ରକାର ସାମଗ୍ରୀର ଚାହିଦା କମିବାରେ ଦେଖିବାକୁ ମିଳୁଛି, ଯଥା କୁଲା, ଟୋପଲି, ଡଲା,ଛାଞ୍ଚୁଣି, ପଟି, ଟୁପା, ଖଡି଼କା, ଝୋଟି ଆଦି ଜିନିଷ ବଜାରରେ ବିକ୍ରି ବଟା କମିବାରୁ ଏହି ସମ୍ପ୍ରଦାୟର କୌଳିକ ବୃତ୍ତି ଲୋପ ପାଇବାକୁ ବସିଛି । ଏମାନେ ବିଭିନ୍ନ ସ୍ଥାନରେ ବସ୍ତି ସ୍ଥାପନ କରି ଜଙ୍ଗଲରୁ ବାଉଁଶ ଦ୍ବାରା ଅନେକ ପ୍ରକାର ଜିନିଷ ନିର୍ମାଣ କରି ଏହାକୁ ନିକଟସ୍ଥ ବଜାରରେ ବିକ୍ରି କରି ନିଜର ପରିବାର ଚଳାଉଛନ୍ତି । ହେଲେ ବଜାରରେ ମଧ୍ୟ ବିକ୍ରିହ୍ରାସ ପାଉଛି ଓ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ କଟକଣା ଜାରି ହେବାରୁ ସେହି ବ୍ୟବସାୟରେ ବାଧାପ୍ରାପ୍ତ ହୋଇଛି, ଫଳରେ ଜୀବନ ଜୀବିକା ନିର୍ବାହରେ ସମସ୍ୟା ସୃଷ୍ଟି ହୋଇଛି,ଏହି ସମ୍ପ୍ରଦାୟର ଭାଷା ଅଲଗା ସେମାନେ ହି ତାଙ୍କ ଭାଷା ବୁଝିପାରିବେ । ସେମାନେ ସଦାସର୍ବଦା ଜଙ୍ଗଲରେ ରହି ପେଟ ପୋଷଣ ପାଇଁ ଲଘୁ ବନ୍ୟଜାତ ଦ୍ରବ୍ୟ ଖାଇବା ସହ ଦୁଇ ପଇସା ରୋଜଗାର ପାଇଁ ବିକ୍ରୟ କରିଥାନ୍ତି । ଦିନକୁ ଦିନ ଜଙ୍ଗଲ ସରିବାରେ ଲାଗିଛି ଯାହା ଫଳରେ ପହରିଆ ସମ୍ପ୍ରଦାୟଙ୍କ ଆର୍ଥିକ ସ୍ଥିତି କମି ଯାଉଛି । ଗୋଳାମୁଣ୍ଡା ବ୍ଲକର କାର୍ଲି, ନୂଆଁ ମୁଣ୍ଡା ,ବାଗମୁଣ୍ଡା, ଉଦେପୁର, କାଲିପୁର,କସ୍ତୁରା, ଜାମଝରଣ ଜୟନ୍ତପୁର, ଜୁବାପଦର, ପୁଡାପଦର , ବଣ୍ଡାଯୋର, କନକ ପୁର, ଭଣ୍ଡାରକଛାର, ରେଙ୍ଗସାପାଲି, ସକ୍ରିପାଳି, ଆଦି ଅଞ୍ଚଳରେ ପହରିଅ ସମ୍ପ୍ରଦାୟମାନେ ବାସ କରିଥାନ୍ତି । ଗୋଟିଏ ପଟେ ଜଙ୍ଗଲ କ୍ଷୁର୍ଣ୍ଣ ହେଉଥିବା ବେଳେ ଉତ୍ପାଦନ ହାର କମୁଥିବାରୁ ରୋଜଗାର ପନ୍ଥା ଉପରେ ମହଙ୍ଗା ପଡୁଛି ।ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଦୃଷ୍ଟି ଆକର୍ଷଣ ନେବା ଆଶାରେ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ବିଜୁଳି ତାର ସ୍ପର୍ଶରେ ଯୁବକ ମୃତ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବନ୍ଦେ ମୋ ମାଟି ଉତ୍କଳ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାପା

Leave a Comment

error: Content is protected !!