ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୦୭ ଧକ୍କା ରେ ବୃଦ୍ଧା ମୃତ 

୪୦୭ ଧକ୍କା ରେ ବୃଦ୍ଧା ମୃତ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ବୋଡେ଼ନ ଠାରେ ୪୦୭ ଧକ୍କା ରେ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ବୋଡେ଼ନ ଗାଁ ର ଗୌରୀ ସା ଙ୍କ ସ୍ତ୍ରୀ ଯଶୋବନ୍ତି ସା (୭୦)। ସୂଚନା ରୁ ପ୍ରକାଶ ଯେ ବୃଦ୍ଧା ଜଣକ ରାସ୍ତାରେ ଥିବା ସମୟରେ ଓଆର ୦୮ ଏ ୯୫୨୯ ନମ୍ବର ବିଶିଷ୍ଟ କୁଣା ବୋଝେଇ ଏକ ୪୦୭ ଧକ୍କା ଦେଇଥିଲା। ଦୁର୍ଘଟଣା ହେବା ଫଳରେ ବୃଦ୍ଧା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ଧର୍ମଗଡ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହ ଧର୍ମଗଡ ଥାନା କେଶ ନମ୍ବର ୯/୨୫ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ।। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟାରେ ଏକାଠି ହେଲେ ପରିବାର

masiha

ନର୍ଲା ଭାୟା ମ. ରାମପୁର ରାଜ୍ୟ ରାଜପଥର ବାଗପୁର ତାରିଣୀ ମନ୍ଦିର ଛକ ନିକଟରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ଗୁରୁତର 

Sunil Chandra Nayak

Leave a Comment

error: Content is protected !!