ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ଉଦଘାଟନ 

ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ଉଦଘାଟନ 

ନୂଆପଡା ସଦର ପୋଲିସ ପଡିଆ ଠାରେ ଜିଲ୍ଲା ସ୍ଥରୀୟ କୃଷି ମହୋତ୍ସବ ଉଦ୍ଘାଟନୀ ହୋଇଛି।ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ନୂଆପଡ଼ା ଶ୍ରୀ ମଧୁସୂଦନ ଦାସ ଯୋଗଦେଇ ଚାଷୀ ମାନଙ୍କୁ ସମନ୍ୱିତ କୃଷି, ଫସଲ ବିବିଧିକରଣ ଉପରେ ଉଦବୋଧନ ଦେଇ କହିଥିଲେ “ଚାଷୀ ହସିଲେ, ଦେଶ ହସିବ” ଜିଲ୍ଲା ପ୍ରଶାସନ ଏବେ ଖାଲି ଗାଁ କୁ ଯାଉନାହିଁ ବରଂ ଚାଷୀ ଙ୍କ ଘରେ ଯାଇକି ପହଞ୍ଚୁଛି କହି ପ୍ରବାସୀ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ଚାଷୀ କୁଲଙ୍କୁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ, ଖରିଆର ମହମ୍ମଦ ଅଜିଜ ଖାନ (ଆଇ. ଏଫ୍. ଏସ), ବନଖଣ୍ଡ ଅଧିକାରୀ ( ବନ୍ୟଜନ୍ତୁ) ଶ୍ରୀ ମହାଦେବ ବଡାଇକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ ନାୟକ ଯୋଗଦେଇ ଚାଷୀ ଙ୍କୁ କୃଷିରେ ରାସାୟନିକ ପଦାର୍ଥ ର ବ୍ୟବହାର କମ୍ କରିବା ପାଇଁ ଉଦବୋଧନ ଦେଇ ଏଗ୍ରୋଫରେଷ୍ଟ୍ରୀ କରିବା ପାଇଁ ଅନୁରୋଧ କରିଥିଲେ। ଜୈବିକ କୃଷିର ଗୁରୁତ୍ୱ ବିଷୟରେ ମଧ୍ୟ ଚାଷୀଙ୍କୁ ବୁଝାଇଥିଲେ। ଆଜିର ସଭାକାର୍ଯ୍ୟ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନୂଆପଡ଼ା ଶ୍ରୀ ବାବୁଲି ଚରଣ ସେଠୀ ସ୍ବାଗତ ଅଭିଭାଷଣ ରଖି ଚାଷୀ ଙ୍କୁ କୃଷି ଯନ୍ତ୍ରପାତି ର ବହୁଳ ବ୍ୟବହାର କରିବା ପାଇଁ ଉଦବୋଧନ ଦେଇଥିଲେ। ସହକାରୀ ଯନ୍ତ୍ରୀ ( କୃଷି) ଶ୍ରୀ ପଦ୍ମଲୋଚନ ମାଝୀ ଚାଷୀ ଙ୍କୁ କୃଷି ଯନ୍ତ୍ରପାତି ର ଉପକାରିତା ସମ୍ପର୍କ ରେ ବୁଝାଇଥିଲେ। କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ବେଉରା ଧନ୍ୟବାଦ୍ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ନୂଆପଡ଼ା ର ପ୍ରତାପ ସାହୁ ଓ ସୁଦୂର ବରଗଡ଼ ରୁ ଆସିଥିବା ଅର୍ଚ୍ଚିତା ପାଢ଼ୀ। ସନ୍ଧ୍ୟା ରେ ବିଭିନ୍ନ ଲୋକକଳା, ଲୋକଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ଗୀତବାଦ୍ୟ ରେ ନୂଆପଡ଼ା ଆକାଶ କମ୍ପି ଉଠିଥିଲା। ମେଳାରେ ସମୁଦାୟ ୫୦ ଗୋଟି ବିଭିନ୍ନ ବିଭାଗ ସହିତ କୃଷି ଯନ୍ତ୍ର ପତି ର ଷ୍ଟଲ ପଡ଼ିଛି। ତନ୍ମଧ୍ୟରୁ ୧୩ ଗୋଟି ବିଭାଗୀୟ ଷ୍ଟଲ ହୋଇଥିବା ବେଳେ ଅବଶିଷ୍ଟ ୩୩ ଟି ଷ୍ଟଲ ବିଭିନ୍ନ ଯନ୍ତ୍ରପାତି ସମ୍ବନ୍ଧୀୟ ଷ୍ଟଲ ସହ ୪ ଟି ଖାଦ୍ୟପେୟ ଷ୍ଟଲ ଥିଲା। ଆମର ଭୂଳିଯାଇଥିବା ପରମ୍ପରା କୁ କିପରି ଆଗକୁ ନବା ପାଇଁ ମେଳା ମଧ୍ୟରେ ସୁନାବେଡା ଚୁକୁଟିଆ ଭୁଂଜିଆ ମାନଙ୍କର ଲାଲ୍ ଘର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସାଇପଲା ର ଶ୍ରୀ ଚକ୍ରଧର ସାହୁ, ନାମକ ଜଣେ ସମନ୍ୱିତ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ। ଆଜି ସିନାପାଲି ବ୍ଲକର ୨ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଆରମ୍ଭିକ ଧନରାଶି ବାବଦକୁ ୧୦,୦୦୦/- ଟଙ୍କା ଲେଖାଏଁ ଆତ୍ମ, ସିନାପାଲି ତରଫରୁ ଜିଲ୍ଲାପାଳ ଙ୍କ ହାତରେ ଚେକ୍ ମାଧ୍ୟମରେ ପ୍ରଦାନ କରାଗଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦେହୁରୀହତା-ଜରଡ଼ା ଜଳବିଭାଜିକା ରେ ଅନିୟମିତତା ସମ୍ବନ୍ଧେ ଉଭୟ ଗ୍ରାମର ଶତାଧିକ ଲୋକ ବିଧାୟକଙ୍କୁ ଦେଲେ ଅଭିଯୋଗ ପତ୍ର

Sunil Chandra Nayak

Para Staff Allege Exploitation and Caste Discrimination in Kashipur Forest Range

Sunil Chandra Nayak

Pana Distribution Event Celebrates Odia New Year and Hanuman Jayanti  

masiha

Leave a Comment

error: Content is protected !!