ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଟାଙ୍ଗପଦରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

ଭଟାଙ୍ଗପଦରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

ଲାଞ୍ଜିଗଡ଼, ୦୭/୦୧(ମନିସ)-ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦରଠାରେ ପଂଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଝସକେତନ ପ୍ରଧାନ, ଭଟାଙ୍ଗପଦର ରାଜସ୍ବ ନିରୀକ୍ଷକ ତାପସ କୁମାର ମିଶ୍ର, କ୍ଲଷ୍ଟର ସଂଯୋଜକ ମନୋଜ କୁମାର ସାହୁ, ଆଦିତ୍ୟ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ସେଠୀ, ବନ କର୍ମଚାରୀ ମାନସରଞ୍ଜନ ସାହୁ, ନାଏବ ସରପଞ୍ଚ ମାଲ୍ୟାନ ତାଣ୍ଡି, ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଲିମାମଞ୍ଜରି ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ସରପଞ୍ଚ ଦଶମୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବ ପରିଚାଳନାରେ ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ ମାଝୀ, ପୂର୍ବତନ ଏଡିଇଓ ରାଧାମୋହନ କରୁଆଁ, ଏଡିଇଓ ତପିମଣି ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶିକ୍ଷୟିତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଶତପଥି ମଞ୍ଚ ପରିଚାଳନା କରିଥିଲେ। ପଞ୍ଚାୟତର ୱାର୍ଡ ସଭ୍ୟ, ସଭ୍ୟା ଓ ଗାଁ ସାଥୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିପରି କାନକୁଟ୍ରୁ ପଞ୍ଚାୟତରେ ସରପଞ୍ଚ ବନମାଳୀ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଂଚାୟତସ୍ତରୀୟ ଉତ୍ସବ ସଫଳତାର ସହିତ ପାଳିତ ହୋଇଯାଇଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସଂସ୍କୃତିକୁ ଆଲୋକିତ କରୁଛି ଦୟାଦାସଙ୍କ ଧୂନୀ ତ୍ରିତାପହାରୀ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ଉଦଯାପିତ

Sunil Chandra Nayak

ଓଡ଼ିଶା ସୀମାନ୍ତରେ ଡ୍ରାଇଭର ମହାସଂଘର ଧର୍ମଘଟ 

Sunil Chandra Nayak

ନବରଙ୍ଗପୁର ଠାରେ” ଦିଶା “କମିଟି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!