ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଦାବୀ ପତ୍ର ପ୍ରଦାନ 

ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଦାବୀ ପତ୍ର ପ୍ରଦାନ 

ଡାବୁଗାଁ, ୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଧାନ ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଡାବୁଗାଁ କୃଷକ ମହାସଂଘ ପକ୍ଷରୁ ଜିଲାପାଳ ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ତହସିଲଦାର ହରିଓମ ଭୋଇଙ୍କୁ ବୁଧବାର ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି | ୨୦୨୪-୨୫ ରେ ଖରିଫ ଧାନ କ୍ରୟ କରିବା ଅବଧି ଆଜି ଶେଷ ଦିନ ଥିବାରୁ ଟାର୍ଗେଟ ପୁରି ଯାଇଛି ବୋଲି ଶୁଣିବାରୁ ଚାଷୀ ମାନେ ଦୁଃଖ ପ୍ରକାଶ କରିଥିଲେ | ମଣ୍ଡି ରେ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଲିଖିତ ଭାବେ ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି | ଦାବିପତ୍ର ପ୍ରଦାନ ସମୟରେ ଡାବୁଗାଁ କୃଷକ ମହାସଂଘ ତରଫରୁ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର ଓ ଉପ ସଭାପତି ରାଜେନ୍ଦ୍ର ମିଶ୍ର ଓ ଘାସିରାମ ସିଂ ଙ୍କ ସହ ବହୁ ଚାଷୀ ଉପସ୍ଥିତ ରହିଥିଲେ | ତହସିଲଦାର ଶ୍ରୀ ଭୋଇ ସଙ୍ଗେ ସଙ୍ଗେ ଜିଲାପାଳଙ୍କ ପାଖକୁ ପ୍ରେରଣ କରାଇ ଦେବେ ବୋଲି ସମସ୍ତ ଚାଷୀମାନଙ୍କୁ ସୁଚନା ଦେଇଥିଲେ | ଆଜି ଆସିଥିବା ଧାନକୁ ଚାଷୀମାନେ ସୁବିଧା ପାଇଁ ଆର୍ ଏମ୍ ସି ଗୋଦାମ ରେ ଗାଡିରୁ ଓହ୍ଲାଇ ରଖାଯାଇଥିବା ବେଳେ ପ୍ରଶାସନ ତରଫରୁ ଟାର୍ଗେଟ ଆସିଲେ କ୍ରୟ କରାଯିବ ବୋଲି ଜଣାପଡିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଧାକୃଷ୍ଣ କଳlପରିଷଦ ଫୁଟବଲ ଟୁର୍ଣ୍ଣlମେଣ୍ଟ ଉଦଯାପିତ , ମଣ୍ଡଳ କୁ ହରାଇ ଧର୍ମଗଡ ଚାମ୍ପିଅନ

masiha

ଭବାନୀପାଟଣା ଠାରେ ମିଳେଟ୍ ଶକ୍ତି ଆଉଟଲେଟ ର ଉଦଘାଟନ

Sunil Chandra Nayak

ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଙ୍କ ମୋହନଗିରି ସ୍ଥିତ ଐତିହାସିକ ଧବଳେଶ୍ଵର ଶୈବପୀଠ ପରିଦର୍ଶନ

masiha

Leave a Comment

error: Content is protected !!