ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଦାବୀ ପତ୍ର ପ୍ରଦାନ 

ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଦାବୀ ପତ୍ର ପ୍ରଦାନ 

ଡାବୁଗାଁ, ୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଧାନ ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଡାବୁଗାଁ କୃଷକ ମହାସଂଘ ପକ୍ଷରୁ ଜିଲାପାଳ ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ତହସିଲଦାର ହରିଓମ ଭୋଇଙ୍କୁ ବୁଧବାର ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି | ୨୦୨୪-୨୫ ରେ ଖରିଫ ଧାନ କ୍ରୟ କରିବା ଅବଧି ଆଜି ଶେଷ ଦିନ ଥିବାରୁ ଟାର୍ଗେଟ ପୁରି ଯାଇଛି ବୋଲି ଶୁଣିବାରୁ ଚାଷୀ ମାନେ ଦୁଃଖ ପ୍ରକାଶ କରିଥିଲେ | ମଣ୍ଡି ରେ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଲିଖିତ ଭାବେ ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି | ଦାବିପତ୍ର ପ୍ରଦାନ ସମୟରେ ଡାବୁଗାଁ କୃଷକ ମହାସଂଘ ତରଫରୁ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର ଓ ଉପ ସଭାପତି ରାଜେନ୍ଦ୍ର ମିଶ୍ର ଓ ଘାସିରାମ ସିଂ ଙ୍କ ସହ ବହୁ ଚାଷୀ ଉପସ୍ଥିତ ରହିଥିଲେ | ତହସିଲଦାର ଶ୍ରୀ ଭୋଇ ସଙ୍ଗେ ସଙ୍ଗେ ଜିଲାପାଳଙ୍କ ପାଖକୁ ପ୍ରେରଣ କରାଇ ଦେବେ ବୋଲି ସମସ୍ତ ଚାଷୀମାନଙ୍କୁ ସୁଚନା ଦେଇଥିଲେ | ଆଜି ଆସିଥିବା ଧାନକୁ ଚାଷୀମାନେ ସୁବିଧା ପାଇଁ ଆର୍ ଏମ୍ ସି ଗୋଦାମ ରେ ଗାଡିରୁ ଓହ୍ଲାଇ ରଖାଯାଇଥିବା ବେଳେ ପ୍ରଶାସନ ତରଫରୁ ଟାର୍ଗେଟ ଆସିଲେ କ୍ରୟ କରାଯିବ ବୋଲି ଜଣାପଡିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

masiha

ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଶାନ୍ତି ମାଝୀ 

masiha

ଇଭିଏମ ଏବଂ ଭି. ଭି. ପାଟ୍ ଗୋଦାମର ତ୍ରୈମାସିକ ଯାଞ୍ଚ ସମ୍ପନ୍ନ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତି 

Sunil Chandra Nayak

Leave a Comment

error: Content is protected !!