ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଳବ୍ ରାଉରକେଲା ଷ୍ଟିଲ ସିଟି ର ସାମାଜିକ କାର୍ଯ୍ୟକ୍ରମ 

ରୋଟାରୀ କ୍ଳବ୍ ରାଉରକେଲା ଷ୍ଟିଲ ସିଟି ର ସାମାଜିକ କାର୍ଯ୍ୟକ୍ରମ 

ରାଉରକେଲା: ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ମଧ୍ୟରେ ନାରୀ ମାନଙ୍କ ଗର୍ଭାବସ୍ଥା ଏବଂ ଶିଶୁ ର ଲାଳନପାଳନ ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ୭ଟି ସ୍ଥାନରେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ଟୁନି ଦେବୀ, ସମ୍ପାଦିକା ରୋଟାରୀଆନ ଡ଼ଃ ସରିତା ମଲ୍ଲ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କର୍ମଶାଳାରେ ଆରଜିଏଚ ର ସହ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଣ୍ଡିତ ସାହୁ,ଶିଶୁ ବିଭାଗର ମୁଖ୍ୟ ଡାକ୍ତର ଆର ଆର ବେହେରା ଓ ଡାକ୍ତର ପ୍ରଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରସୂତି ପାଇଁ ଆସିଥିବା ମହିଳାଙ୍କୁ ଗର୍ଭାବସ୍ଥା ଓ ଶିଶୁର ଲାଳନପାଳନ ସମ୍ପର୍କରେ ସଚେତନ କରାଇଥିଲେ। ଏହି ଅବସରରେ କ୍ଲବ୍ ତରଫରୁ ଆର୍ଥିକ ଅନଗ୍ରସର ଥିବା ମହିଳାଙ୍କୁ ପ୍ରସୂତି କାଳୀନ ପୋଷାକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନାର ନର୍ସ ମାନଙ୍କ ସହ କ୍ଲବର ଉପସଭାପତି ରୋଟାରୀଆନ ଲଳିତା ମୁଦୁଲି ଓ ସମସ୍ତ ରୋଟାରୀଆନ ସୁଚିସ୍ମିତା ବିଶ୍ୱାସ, ପ୍ରଫେସର ଚନ୍ଦନ ବିଶ୍ବାସ,ପ୍ରତିଭା, ରଶ୍ମି ମିଶ୍ର, ନିବେଦିତା ମହାନ୍ତି, ପ୍ରଶାନ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା “ଦିଶା” ବୈଠକ: ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ସାଂସଦ ମାଳବିକା ଦେବୀ

Sunil Chandra Nayak

ଗୁରୁ ଭକ୍ତ ସମ୍ମିଳନୀ ଅଧିବାସ ରେ ପ୍ରେମଚାର୍ଯ୍ୟଙ୍କ ଶ୍ରୀ ବିଗ୍ରହ ପରିକ୍ରମା କଲା

Sunil Chandra Nayak

ଖେଳ ପଡିଆ ପାଇଁ ଜାଗା ପ୍ରଦାନ ଦାବିରେ ଧର୍ମଗଡ ବିଧାୟକ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!