ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁବିଧ ସେବାରେ ବ୍ରତୀ ସମାଜସେବୀ ଶୁଭକାନ୍ତ ସାମଲ 

ବହୁବିଧ ସେବାରେ ବ୍ରତୀ ସମାଜସେବୀ ଶୁଭକାନ୍ତ ସାମଲ 

କଟକ : ମଣିଷ ନିଜର କର୍ମ ବିଚାରଧାରା ନେଇ ବଡ ହୋଇ ଉଠେ ଆଉ ପୂଜା ପାଏ । ଆମ ସମୟର ଜଣେ ସମାଜସେବୀ, ପରିବେଶବିତ୍,ସାହିତ୍ୟିକ ହେଇଛନ୍ତି ଶୁଭକାନ୍ତ ସାମଲ । ପିତା ସ୍ୱର୍ଗତ ତ୍ରିଲୋକ୍ୟନାଥ ସାମଲ,ମାତା ଶୈଳବାଳା ସାମଲଙ୍କ ସୁପୁତ୍ର କେନ୍ଦ୍ରାପଡ଼ା ଜିଲ୍ଲା କନ୍ତିଆ ଉପକଣ୍ଠ ହରିଦାଦଣ୍ଡା ଗ୍ରାମରେ ୧୯୮୩ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । 

ପିଲାଦିନୁ ସମାଜସେବା,ପରିବେଶ ସୁରକ୍ଷା ଦିଗରେ ତାଙ୍କର ଖୁବ ଆଗ୍ରହ ରହିଛି । ପ୍ରାରମ୍ଭିକ ସେବା ଜୀବନରେ ପିତାଙ୍କ ପ୍ରେରଣା ଓ ସାମାଜିକ କର୍ମୀ ସତ୍ୟବ୍ରତ ଜେନାଙ୍କ ସହଯୋଗରେ ସେ ଆଜି ସେବା ଦିଗରେ ଖୁବ୍ ଆଗରେ । ଶିକ୍ଷା ଦିଗରେ ସେ ବିଦ୍ୟାଳୟ ଏବଂ ପାଠାଗାରରେ ଛାତ୍ରଛାତ୍ରୀ ମାନଙ୍କୁ ସାହାଯ୍ୟ କରିଥିଲେ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଇଛନ୍ତି । ସେ ଆସ୍ଥା ଫାଉଣ୍ଡେନସନ୍ ନାମକ ଏକ ସାମାଜିକ ସଙ୍ଗଠନ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ସ୍ ସଶକ୍ତିକରଣ ନେଇ ସେ ମହିଳା ସଶକ୍ତିକରଣ,ଦକ୍ଷତା ବିକାଶ ଏବଂ ଜୀବିକା ସହାୟତା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରି ବହୁତ ଲୋକପ୍ରିୟତା ଅର୍ଜନ କରିଛନ୍ତି । ପରିବେଶ ସଂରକ୍ଷଣ ନେଇ ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ପରିଚାଳନା,ନଦୀ ସୁରକ୍ଷା ଏବଂ ଜଳ ପ୍ରଦ୍ୟୁଷଣ ରୋକିବା ସହିତ ଜଳ ସଂରକ୍ଷଣ,ବାୟୁ ଏବଂ ଶବ୍ଦ ପ୍ରଦ୍ୟୁଷଣ ରୋକିବା,ଏବଂ ସ୍ଥାୟୀ ଜୀବନଯାପନ ପାଇଁ ସେ ପଦକ୍ଷେପ ନେଉଛନ୍ତି ଓ ଏହି ଦିଗରେ ନିଜର ବହୁମୂଲ୍ୟ ସମୟ ଦେଉଛନ୍ତି । ଜାତୀୟ ସମାଜସେବା ପୁରସ୍କାର,ସାମାଜିକ କାର୍ଯ୍ୟରେ ଉତ୍କର୍ଷତା ପାଇଁ ରାଜ୍ୟ ସ୍ତରୀୟ ସମ୍ମାନ,ଗୋଷ୍ଠୀ ନେତୃତ୍ୱ ପୁରସ୍କାର ଭଳି ଜାତୀୟ ଏବଂ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ଲାଭ କରିଛନ୍ତି । ଏହି ସେବା କାର୍ଯ୍ୟରେ ତାଙ୍କ ସୁକନ୍ୟା ନୃତ୍ୟଶିଳ୍ପୀ,ଶିଶୁ ସମାଜସେବୀ ତଥା ମେଧା ପ୍ରତିଭା ସାନଭି ପ୍ରିୟା ଏବଂ ତାଙ୍କ ଧର୍ମପତ୍ନୀ ଆଦର୍ଶ ନାରୀ ପ୍ରତିଭା ସସ୍ମିତା ସାମଲଙ୍କ ସହଯୋଗ ପ୍ରଦାନ ସହ ତାଙ୍କ ପ୍ରେରଣାରେ ଉଦବୁଦ୍ଧ । ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ଆଉ ସେହି ଦିଗରେ ସଫଳ ସ୍ୱପ୍ନ ଦେଖୁଛନ୍ତି । ଜଣେ ଉଚ୍ଚ କୋଟୀର ଲେଖକ ଭାବେ ତାଙ୍କର ଖୁବ୍ ଖ୍ୟାତି ରହିଛି।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ଶଙ୍କରଚାର୍ଯ୍ୟ 2533 ତମ ଜୟନ୍ତୀ ପାଳିତ 

Sunil Chandra Nayak

ଉପଖଣ୍ଡ ସ୍ତରୀୟ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ : ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ 

ରାସ୍ତା କଡରେ  ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ କାଟିବା ପାଇଁ ଦାବୀ କରି ଅଞ୍ଚଳ ବାସୀ ଙ୍କର ଅବରୋଧ

Sunil Chandra Nayak

Leave a Comment

error: Content is protected !!