ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶର କେନ୍ଦ୍ରବିନ୍ଦୁ ଗଦଗଦି ଘାଟ

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶର କେନ୍ଦ୍ରବିନ୍ଦୁ ଗଦଗଦି ଘାଟ

 ଘଟଗାଁ,୧୧/୧/୨୫ – କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ଜାମୁପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମ ଦେଇ ପ୍ରବାହିତ ହେଉଥିବା କୁକୁରକଟା ନଦୀରେ ଅବସ୍ଥିତ ଗଦଗଦି ଘାଟର ଅପୂର୍ବ ପ୍ରାକୃତିକ ମନୋରମା ସୌନ୍ଦର୍ଯ୍ୟ ସହ ତା’ର ପରିବେଶ ଏବଂ ଜନଶ୍ରୁତି ପାଇଁ ବଣଭୋଜି କରିବା ନିମନ୍ତେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ଆକର୍ଷିତ କରୁଅଛି । ତିନି ଗ୍ରାମ ପଞ୍ଚାୟତ -ବଡଜାମୁପଶି, ମସିଣାବିଲା ଓ ଚିନାମାଳିପଶିର ତିନି ଗ୍ରାମ କୁଣ୍ଡାପିଠା, ମହୁଲଡିହା ଓ ପାଣୁପଶି ଏବଂ ତିନୋଟି ନଦୀ ଯଥା କୁକୁରକଟା, ଜାମୁନଳା ଓ ସୀତା ନଦୀର ଅପୂର୍ବ ମିଳନ ସ୍ଥଳରେ ଜନଶ୍ରୁତି ଅନୁସାରେ କାହିଁ କେତେକାଳୁ ପଡି ରହିଥିବା ପିଠା ଆକୃତିର ତିନୋଟି ପଥର ଖଣ୍ଡ ଦର୍ଶକମାନଙ୍କୁ ବେଶ୍ ବିମୋହିତ କରିବା ସହିତ ଏହାର ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ହାତଛଡ଼ା କରୁନାହାନ୍ତି । ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରୀ ମାସରେ କେନ୍ଦୁଝର ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ସହ ପର୍ଯ୍ୟଟକ ବଣଭୋଜି କରିବାପାଇଁ ଏଠାକୁ ଆସିଥାନ୍ତି । ଜନଶ୍ରୁତିରୁ ଜଣାଯାଏ ସେହି ମିଳନ ସ୍ଥଳରେ ଆଜକୁ ୨୦୦ ବର୍ଷ ତଳେ ଜଣେ ସାଧୁ ସନ୍ଥ ସନ୍ନ୍ୟାସୀ ଭାବରେ ବାସ କରୁଥିଲେ । ବର୍ତ୍ତମାନ ସେହି ସ୍ଥାନରେ ଏକ ଶୈବ ମନ୍ଦିର ( କୁଣ୍ଡେଶ୍ବର ମନ୍ଦିର ନାମରେ ) ଏବଂ କଳ୍ପବଟ ମୂଳେ ତ୍ରିଦେବ – ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତିମୂର୍ତ୍ତି ପ୍ରାକୃତିକ ପରିବେଶକୁ ଆହୁରି ଶୋଭା ବର୍ଦ୍ଧନ କରିପାରିଛି । ପର୍ଯ୍ୟଟକ ମାନଙ୍କ ପାନୀୟ ଜଳର ଅସୁବିଧାକୁ ଦୂର କରିବା ନିମନ୍ତେ ରାଜ୍ଯ ସରକାରଙ୍କ ତରଫରୁ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଏକ ନଳକୂପ ଖନନ କରାଯାଇଛି, ଆଶ୍ଚର୍ଯ୍ୟ ଓ କୌତୁହଳର ବିଷୟ ସେହି ନଳକୂପରୁ ଜଳ ସ୍ବତଃ ଉପରକୁ ଉଠି ତଳକୁ ପ୍ରବାହିତ ହୋଇ ଚାଲିଛି । ପ୍ରତିବର୍ଷ ଏହି ଗଦଗଦି ଘାଟରେ ମକର ସଂକ୍ରାନ୍ତି ଠାରୁ ୭ ଦିନ ବ୍ୟାପୀ ମକର ମେଳା ଅନୁଷ୍ଠିତ ହୋଇ ଆସୁଅଛି ।

  ମା’ ତାରିଣୀ ପୀଠ ଘଟଗାଁର ହାଟଛକ ରୁ ଭୀମକୁଣ୍ଡ ଆର୍ ଡି ରୋଡ଼ରେ ଗଲେ ୧୨ କି. ମି. ଦୂର କୁଣ୍ଡାପିଠା ଗ୍ରାମ ଏବଂ ଢେଙ୍କିକୋଟ – କରଞ୍ଜିଆ ରାସ୍ତାର ୩ କିମି ପରେ କପାସପଡା ଛକରୁ ୪ କି. ମି. ରାସ୍ତା ମହୁଲଡିହା ଗ୍ରାମ ଅତିକ୍ରମ କଲେ ପଡ଼ିବ ଏହି ଗଦଗଦି ଘାଟର ପ୍ରାକୃତିକ ପରିବେଶର କେନ୍ଦ୍ରବିନ୍ଦୁ । ରାଜ୍ୟ ସରକାରଙ୍କ କୃପା ଦୃଷ୍ଟି ପଡ଼ିଲେ ଏହି ମନୋରମ ପରିବେଶକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜସ୍ବ ଓ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଜନସାଧାରଣଙ୍କ ଆୟ କିଛି ମାତ୍ରାରେ ବୃଦ୍ଧି ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ବୋଲି ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୋ ବସ ‘ ସେବା ଡ୍ରାଇଭରଙ୍କୁ ମାଡ ଥାନାରେ ଅଭିଯୋଗ

Sunil Chandra Nayak

ପିଏମ୍ ଜନମନ ପରିଯୋଜନା ,ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ 

masiha

ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!