ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହାନ୍ତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହାନ୍ତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

ମୟୂରଭଞ୍ଜ : – ୧୦/୦୧ ( ମସିହା ନିଉଜ)ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତଙ୍କ ଆନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି ହେବା ଅବସରରେ ଆଜି ସନ୍ଧ୍ୟାରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। 

 ଆୟୋଜିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମେତ କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ତା’ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟ କାଳୀନ ଶୁଭେଚ୍ଛା ଜଣାଇବା ସହିତ ନୂତନ କାର୍ଯ୍ୟ କ୍ଷେତ୍ର ରେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଶ୍ରୀ ମହାନ୍ତ ମଧ୍ୟ୍ୟ ନିଜ ଚାକିରୀ ଜୀବନ ଆରମ୍ଭରେ ଯୋଗ ଦେଇଥିବା ପ୍ରଥମ ସ୍ଥାନକୁ ଛାଡ଼ିବା ସମୟରେ ଲୁହ ଭରା ଚକ୍ଷୁ ରେ ସମସ୍ତଙ୍କୁ ପ୍ରତି ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ।

ପ୍ରକାଶ ଥାଉକି ଶ୍ରୀ ମହାନ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ଯୋଗ ଦେଲାପରେ ପ୍ରଥମ କରି ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ ହୋଇ ବର୍ତମାନ ପର୍ଯ୍ୟନ୍ତ ତାଙ୍କର ଦାୟିତ୍ୱ ଦକ୍ଷତାର ସହିତ ସୁଚାରୁ ରୂପେ ତୁଲାଇ ଆସୁଥିଲେ।  ସରକାରଙ୍କ ନିର୍ଦେଶ ରେ ସେ ଏଠାରୁ ଯାଇ କେଉଁଝର ଜିଲ୍ଲାର ଆନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେବେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାର୍ଷିକ ଅଭ୍ୟାସ ବର୍ଗର ସମାରୋପ କାର୍ଯ୍ୟକ୍ରମ

Sunil Chandra Nayak

ବାଲିପଡା ବଣିକ ସଂଘର ବରିଷ୍ଠ ସଦସ୍ୟ ନିର୍ଣ୍ଣୟ ପୁଟେଲଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

masiha

ଧର୍ମଗଡ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ ର ଯୁକ୍ତ ଦୁଇ ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା ,ଛାତ୍ରୀ ଝରଣା ମେହେର ଟପ୍ପର

masiha

Leave a Comment

error: Content is protected !!