ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚତୁର୍ଥ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ବୈଠକରେ ଉତ୍ତମ ସମନ୍ବୟ ପ୍ରସଙ୍ଗ

ଚତୁର୍ଥ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ବୈଠକରେ ଉତ୍ତମ ସମନ୍ବୟ ପ୍ରସଙ୍ଗ

ରାଉରକେଲା : ବେଦବ୍ୟାସ ସ୍ଥିତ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଚତୁର୍ଥ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି l 

      ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ଅଧ୍ୟକ୍ଷତା କରି ଅଭିଭାବକ ଓ କମିଟି ସଦସ୍ୟମାନଙ୍କୁ ସ୍ଵାଗତ କରିଥିଲେ l ସେ ନୂଆବର୍ଷ ଅଭିନନ୍ଦନ ଜଣାଇବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ସେ ନିଜ ବକ୍ତବ୍ୟରେ କହିଲେ ଯେ, ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ସରକାରଙ୍କ ପ୍ରୟାସକୁ ସଫଳ କରିବାକୁ ହେଲେ ଗୋଷ୍ଠୀ ଓ ବିଦ୍ୟାଳୟ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରିବା କୁ ପଡ଼ିବ l ଏହି ଅବସରରେ ବାଲିଶଙ୍କରା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଗେଶ୍ଵର ମଲ୍ଲିକ ପିଲାମାନଙ୍କୁ ପାଠରେ ଅଗ୍ରଣୀ କରାଇବା ପାଇଁ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇଥିଲେ l ଚାପମୁକ୍ତ ଛାତ୍ରଛାତ୍ରୀ ସମାଜର ବଡ଼ ସମ୍ବଳ ଏବଂ ପରୀକ୍ଷା ପୂର୍ବରୁ ପରୀକ୍ଷା ପେ ଚର୍ଚ୍ଚାରେ ନାମ ପଞ୍ଜୀକରଣ କରାଇବା ଉଚିତ୍ ବୋଲି କହିଥିଲେ l ଏହା ଛଡା ଆପାର ପରିଚୟ ଓ ବିଦ୍ୟାଳୟ ବିକାଶ ପ୍ରସଙ୍ଗରେ ଆଲୋଚନା ହୋଇଥିଲା l ସହକାରୀ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ଗିରୀଶ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ପାଢ଼ୀ, ମଞ୍ଜୁବାଳା ତ୍ରିପାଠୀ, ସୁପ୍ରିୟା ମହାରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ଶଶଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାବାବେଗ ପରିବେଶ ମଧ୍ୟରେ ସାମ୍ବାଦିକଙ୍କ ଶୋକସଭା 

masiha

ଜିଲ୍ଲାସ୍ତରୀୟ କୁଇଜ୍,ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

masiha

ସଲପା ଗ୍ରାମରେ ଗୋଷ୍ଠି କେନ୍ଦ୍ର ର ଶୁଭ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!