ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପିରବତୀ ମହିଳା କଲେଜ ରେ କ୍ରୀଡ଼ା ପ୍ରତିଯୋଗିତା

ପିରବତୀ ମହିଳା କଲେଜ ରେ କ୍ରୀଡ଼ା ପ୍ରତିଯୋଗିତା

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଳକ ତେରେସିଂହା ସ୍ଥିତ ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ଯୁବ ଦିବସ ସହ ନବମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମାଜସେବୀ ଡୋଳାମଣି ଭୋଇ ମୁଖ୍ୟ ଅତିଥି ଭାବେ ଛାତ୍ର ଜୀବନରେ କ୍ରୀଡାର ଆବଶ୍ୟକତା ସମ୍ପର୍କ ରେ ଆଲୋକପାତ କରିଥିଲେ l ଏହି ଅବସରରେ କଲେଜର ପ୍ରତିଷ୍ଠାତା ମୁରଲୀଧର ରଣା ତାଙ୍କ ଉଦବୋଧନ ରେ ବର୍ତ୍ତମାନ ର ଯୁବ ସମାଜ ସ୍ୱାମୀ ବିବେକାନନ୍ଦଙ୍କ ମାର୍ଗ ଅନୁସରଣ କରିବା ପାଇଁ କହିଥିଲେ l ଏହି କ୍ରୀଡ଼ା ପ୍ରତିଯୋଗିତାର ବିଭିନ୍ନ ବିଭାଗ ରେ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ l ଏଥିରେ ତେରେସିଂହା ହାଇ ସ୍କୁଲ ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଏବଂ ସଞ୍ଜୟ ନାଏକ ଖେଳ ପରିଚାଳନା କରିଥିବା ବେଳେ ସାମାଜିକ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ପିଙ୍କି ଜାନି ମଞ୍ଚ ପରିଚାଳନା କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଯଶୋବନ୍ତ ରଣା, ଶିକ୍ଷା ଅଧ୍ୟାପିକା ସୁଶ୍ରୀ ଇପ୍ସିତା ରଣା, ଇତିହାସ ଅଧ୍ୟାପକ ଭୁବନେଶ୍ୱର ଗହୀର, ବୁଲୁ ଘିଭେଲା, ସୁମନ୍ତ ରଣା, ବିଳାସିନୀ ବାଗ ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବହଳଦା ଏକଲବ୍ୟ ଵିଦ୍ଯାଳୟରେରେ ରାଜ୍ୟ ସ୍ତରୀୟ ୪ର୍ଥ ଦୌଡକୁଦ ପ୍ରତିଯୋଗିତା

masiha

ଲିଟିଲ ଚାମ୍ପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

First Indian Female Mudgar Coach Balbvinder Kaur Sahota

Sunil Chandra Nayak

Leave a Comment

error: Content is protected !!