ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ରାଜସ୍ୱ ମନ୍ତ୍ରୀ ଜନ ସେବା ଦିବସରେ ବର୍ଦ୍ଧିତ ଭତ୍ତା ବିତରଣ ଶୁଭାରମ୍ଭ କଲେ 

ନୂଆପଡ଼ାରେ ରାଜସ୍ୱ ମନ୍ତ୍ରୀ ଜନ ସେବା ଦିବସରେ ବର୍ଦ୍ଧିତ ଭତ୍ତା ବିତରଣ ଶୁଭାରମ୍ଭ କଲେ 

ନୂଆପଡ଼ା,ବୁଧୁବାର ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ନୂଆପଡ଼ା ଜିଲ୍ଲାରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ତଥା ଜନ ସେବା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ୍ ପଡ଼ିଆରେ ଏହି ସଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର , ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦିପ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରୀଆର ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, କୋମନା ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ୍ ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲାପାଳ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ସମସ୍ତ ଅତିଥି ମାନେ ସରକାର ନେଇଥିବା ବର୍ଦ୍ଧିତ ଭତ୍ତା ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ l ଏହାଦ୍ବାରା ହିତାଧିକାରୀ ମାନେ ସମ୍ମାନର ସହ ବଞ୍ଚି ପାରିବେ ବୋଲି ଆଶା ପ୍ରକାଶ କରିଥିଲେ lନୂତନ ପଦକ୍ଷେପ ଯୋଗୁଁ ଏବେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୁଢ଼ାବୁଢ଼ୀ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ସରକାର ମାସିକ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରିବେ l ଉପସ୍ଥିତ ହିତାଧିକାରୀ ଏଵଂ ଜନତା ଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଲେଯେ ରାଜ୍ୟରେ ମୋହନ ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ କରିଛନ୍ତି lବର୍ଦ୍ଧିତ ଭତ୍ତା ଯୋଗୁଁ ଏବେ ପରିବାର ମାନଙ୍କରେ ବୁଢ଼ା ବୁଢ଼ୀ ସେମାନଙ୍କ ପୁଅ ବୋହୂ ଝିଅ ମାନଂକ ଠାରୁ ନିଶ୍ଚିତ ଅଧିକ ସେବା ଯତ୍ନ ପାଇବେ l ବାପା ମା ହେଉଛନ୍ତି ଆମ ପାଇଁ ଜୀବନ୍ତ ଇଶ୍ୱର l ଅସହାୟ ଅବସ୍ଥାରେ ସେମାନଂକୁ ଛାଡ଼ି କେହି ଚାଲି ନ ଯାଆନ୍ତୁ l ଯେଉଁ ବୁଢ଼ା ବୁଢ଼ୀ ମାନଙ୍କ ପରିବାରରେ କେହି ନାହାନ୍ତି ସମାଜ ସେମାନଙ୍କ ଦାୟିତ୍ବ ନେଉ l ସେ ରାଜନୈତିକ ପଦାଧିକାରୀ ଏଵଂ ଜନ ପ୍ରତିନିଧି ମାନଙ୍କୁ ନିଜ ଅଞ୍ଚଳର ବୁଢ଼ା ବୁଢ଼ୀ ତଥା ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ତଥା ବେସରକାରୀ ସହାୟତା ଯୋଗାଇ ଦେବା ପାଇଁ ଆହ୍ବାନ କରିଥିଲେ l ଏହି ସଭାକୁ ବରିଷ୍ଠ ରାଜସ୍ୱ ସହାୟକ ବିଭୁ ଦତ୍ତ ମିଶ୍ର ସଂଯୋଜନା କରିଥିଲେ ଏବଂ ଶେଷରେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ lସୂଚନାଯୋଗ୍ୟ ଯେ ଆଜିର ଏହି ଜନସେବା ଦିବସ ସମାରୋହରେ ମନ୍ତ୍ରୀ ତଥା ଅଧିକାରୀ ଗଣ ନୂଆପଡ଼ା ବ୍ଲକ୍ ରୁ ୭୦ ଜଣ, ନୂଆପଡ଼ା ଏନ୍ଏ ସି ରୁ ୪୦ ଜଣ, ଖରୀଆର ରୋଡ ଏନ୍ଏ ସି ରୁ ୪୦ ଜଣ, ଖରୀଆର ଏନ୍ଏ ସି ରୁ ୧୦ ଜଣ,ଖରୀଆର, କୋମନା, ବୋଡ଼େନ ଓ ସିନାପାଲି ବ୍ଲକ ରୁ ୧୦ ଜଣ ଲେଖାଏଁ ସମୁଦାୟ ୨୦୦ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ l ସମଗ୍ର ଜିଲ୍ଲାରେ ଜାନୁୟାରୀ ମାସ ପାଇଁ ୧୧,୧୯୨ ଜଣଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ l କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତି ରେଖା ନନ୍ଦ ପରିଚାଳନା କରିଥିଲେ ଏଵଂ ବିଭାଗୀୟ ସମସ୍ତ ଅଧିକାରୀ ତଥା ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ସହଯୋଗ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସହାୟତା ଅପେକ୍ଷାରେ ପକ୍ଷାଘାତର ଶିକାର ଗଣଶିକ୍ଷକ

masiha

ନୂତନ ଥାନାଧିକାରୀଙ୍କୁ ଭେଟିଲେ କଲମପୁର ବିଜେପି ପ୍ରତିନିଧି ମଣ୍ଡଳୀ

Sunil Chandra Nayak

ସାଧାରଣତନ୍ତ୍ର ଦିବସ ପରେଡ୍‍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର 2025 ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!