ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖମାର ହଳଦୀ ବ୍ରିଜ଼ ନିକଟରେ ବାଇକ ରୁ ଖସି ପୋଲିସ ହୋମଗାର୍ଡ ଗୁରୁତର 

ଖମାର ହଳଦୀ ବ୍ରିଜ଼ ନିକଟରେ ବାଇକ ରୁ ଖସି ପୋଲିସ ହୋମଗାର୍ଡ ଗୁରୁତର 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଖମାର ହଳଦୀ ବ୍ରିଜ଼ ନିକଟରେ ବାଇକ ରୁ ଖସି ପୋଲିସ ହୋମଗାର୍ଡ ଗୁରୁତର ହୋଇଥିଲେ। ଗୁରୁତର ହୋମଗାର୍ଡ ହେଲେ କେଗାଁ ର ଭକ୍ତରାମ ଧଙ୍ଗଡାମାଝୀ। ସେ ଗୋଲାମୁଣ୍ଡା ଥାନା ର ହୋମଗାର୍ଡ କର୍ମଚାରୀ ଅଟନ୍ତି। ଭକ୍ତରାମ କଳାହାଣ୍ଡି ଉତ୍ସବ ଧର୍ମଗଡ କୁ ଡ଼ିଉଟି କରିବା ପାଇଁ ଆସୁଥିବା ବେଳେ ଖମାର ହଳଦୀ ବ୍ରିଜ଼ ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ଖସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟିଥିବା ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଗ୍ନିଶମ ବିଭାଗ ଗାଡି ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ। ଦୁର୍ଘଟଣା ହେବା ଫଳରେ ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇ ଅଧିକ ଗୁରୁତର ଥିବା ବେଳେ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ କୁ ସ୍ଥାନାନ୍ତର କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବିଜେଡି ସରକାରଙ୍କ ବିକାଶର ଗାଥା ଗାଉଛି ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ 

masiha

ବାବା ସାହେବ ଆମ୍ବେଦକର ଜାଗୃତି ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

masiha

ଦୀର୍ଘ ବର୍ଷ ପରେ ପୁଣି ଆରମ୍ଭହେଲା ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ : 656 ନୂତନ ଭାବେ ମଞ୍ଜୁର ହୋଇଛି ଭତ୍ତା

masiha

Leave a Comment

error: Content is protected !!