ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦଯାପିତ 

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦଯାପିତ 

ଜୁନାଗଡ଼୧୫/୧(ମନୀ ସ )-ଜୁନାଗଡ଼ ପ୍ରିୟ ଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକବିଦ୍ୟାଳୟ ର ଆତ୍ମ ସୁରକ୍ଷା ତାମିଲ ଶିବିର ଉଦଯାପନ ହୋଇ ଯାଇଛି l ଏହି ଉତ୍ସବରେ ବିଭୁତି ଭୂଷଣ ମେହେର ଅଧ୍ୟକ୍ଷ , ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କର୍ତ୍ତବ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ସମ୍ମାନିତ ଅତିଥି ଭାବେ ହିମାଂଶୁ ଶେଖର ବରାଡ ସମ୍ପାଦକ ଓକିଲ ସଂଘ ତଥା ସଭାପତି ନିଉ ରେଡ୍ ଷ୍ଟାର୍ ସ୍ପୋର୍ଟକ୍ଲବ ଜୁନାଗଡ଼, ଜୟନ୍ତ କୁମାର ଜେନା ଅଧ୍ୟକ୍ଷ ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଲାମୁଣ୍ଡା,ଏହି ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ, ପ୍ରାଧ୍ୟାପିକା ଶ୍ରୀମତୀ ସାଗରିକା ଦାସ, ଜୁନାଗଡ, ଅଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣିମାସି ମାଝୀ ଆତ୍ମ ସୁରକ୍ଷା ତାମିଲ୍ କାର୍ଯ୍ୟକ୍ରମ ର ସଂଯୋଜିକା ଓ ସହ ସଂଯୋଜକ ଶ୍ରୀ ସମୀର କୁମାର ସାହୁ ଯୋଗଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶୁଭାଶିଶ ପାଣିଗ୍ରାହୀ, ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା ବିଭାଗୀୟ ମୁଖ୍ୟ ଓଡ଼ିଆ ଓ ସାହିତ୍ୟ ବିଭାଗ ଧନ୍ୟବାଦ ଅର୍ପଣ କରିଥିଲେ lଦୁଇଜଣ ପ୍ରଶିକ୍ଷକ ମିସ୍ ଜଳି ପରାଭୋଇ ଓ ଶିବାନୀ ଭାଟି ସମସ୍ତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ବିକାଶ ବେହେରା, ଗୁପ୍ତେଶ୍ଵର ସ୍ୱାଇଁ, ରାଜକୁମାରୀ ବେମାଲ, ବିଶ୍ଵନାଥ ଗୋପାଳ, ବାବୁଲି ଗୋପାଳ ସହଯୋଗ କରିଥିଲେ l ଶେଷରେ ସମସ୍ତ ଛାତ୍ରୀ ଙ୍କୁ ମାନପତ୍ର ଦିଆ ଯାଇ ଥିଲା l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନଙ୍ଗଲବୋର୍ଡ ରେ ଡାଇରିଆ ଆତଙ୍କ, ୧୬ ଆକ୍ରାନ୍ତ, ୬ ଗୁରୁତର 

Sunil Chandra Nayak

କେନ୍ଦ୍ରୀୟ ସି.ଆର.ଏମ ଟିମ୍ ର ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ 

Sunil Chandra Nayak

ଡାବୁଗାଁରେ ଅନ୍ତୋଦୟ ଦିବସ ପାଳିତ 

masiha

Leave a Comment

error: Content is protected !!