ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଲେଙ୍ଗାନା ଇଟା ଭାଟିରେ ବନ୍ଧା ପଡିଛନ୍ତି ୪୦ ଦାଦନ ଶ୍ରମିକ 

ନୂଆପଡା  // ନୂଆପଡା ଏକ ଦାଦନ ପ୍ରବଣ ଜିଲ୍ଲା ଅଟେ । ଶ୍ରମିକ ମାନଙ୍କୁ ସରକାରଙ୍କ ଯୋଜନାରେ ଠିକ ସମୟରେ କାମ ମିଲୁ ନ ଥିବାରୁ ବାହାର ରାଜ୍ୟକୁ ଦାଦନ ଖଟି ଯାଇ ନିଜର ପରିବାର ପ୍ରତି ପୋଷଣ କରୁଛନ୍ତି । ପଶ୍ଚିମ ଓଡ଼ିଶାର ପ୍ରତ୍ୟକ ଜିଲାରୁ କାମ ଧନ୍ଦା ନ ପାଇଁ ବାହାର ରାଜ୍ୟକୁ ସ୍ତ୍ରୀ ପିଲା ଛୁଆକୁ ଧରି ଦାଦନ ଖଟିବାକୁ ପାଇଁ ଯାଉଛନ୍ତି ଓଡ଼ିଆ ଶ୍ରମିକ । କିନ୍ତୁ ଜିଲ୍ଲା ପ୍ରଶାସନ ଦାଦନ ଚାଲାଣ ରୋକିବାରେ ବିଫଳ ହୋଇଛି । ନୂଆପଡା ଜିଲ୍ଲା କୋମନା ଥାନା ଅଂଚଳର ବିଭିନ୍ନ ଗାଁରୁ ଅନେକ ଲୋକ କିଛି ମାସ ତଳେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି । ହେଲେ ବର୍ତ୍ତମାନ ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ନାନା ପ୍ରକାର ନିର୍ଯାତନା ଦେବା ସହ ମାରପିଟ କରୁଥିବା ଅଭିଯୋଗ ହେଉଛି I ଦାଦନ ଶ୍ରମିକ ଦିନକୁ ଆଠ ଘଣ୍ଟା ବଦଳରେ ଇଟା ଭାଟି ମାଲିକ ୧୦ ରୁ ୧୨ ଘଣ୍ଟା ର କାମ କରିବାକୁ କହୁଛନ୍ତି | ଶ୍ରମିକ ମାନେ ଏତେ କାମ କରିବାକୁ ମନା କଲେ ମାଡ଼ ପିଟ କରୁଛନ୍ତି ଏବଂ ଶ୍ରମିକ ମାନଙ୍କୁ ନିର୍ଯାତନା ଦେଉଛନ୍ତି | ଶ୍ରମିକ ମାନଙ୍କୁ ଉପଯୁକ୍ତ ସ୍ଥାନରେ ନ ରଖି ନାଲ ନାର୍ଦ୍ଧମା ସ୍ଥାନରେ ରଖିଛନ୍ତି । ଶ୍ରମିକ ମାନେ ଶୌଚ ପାଇଁ ଯିବା ସ୍ଥାନରେ ମଧ୍ୟ ସିସିଟିଭି ଲଗେଇ ନାନା ପ୍ରକାର ନିର୍ଯାତନା ଦିଆ ଯାଉଛି । ଶ୍ରମିକ ମାନେ ହେଲେ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବୁଦ୍ଧିକୋମନା, ନୁଆଗାଁ, କାମକେଡ଼ା, ଏବଂ ପୋଡ଼ସୀ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଂଚଳର ବୋଲି ଜଣା ପଡିଛି | ଆଜିକୁ ଦୁଇମାସ ତଳେ ସ୍ଥାନୀୟ ଶ୍ରମିକ ଦଲାଲଙ୍କ ସହ ତେଲେଙ୍ଗାନାର ନାଲଗୁଣ୍ଡା ଜିଲ୍ଲା କୋଟେଗୁଡା ଇଟା ଭାଟିରେ କାମ କରିବାକୁ ଯାଇଥିଲେ | କିଛି ଦିନ କାମ କରିବା ପରେ ନିର୍ଯାତନା ଦେବାର ଆରମ୍ଭ କରିଦେଇଛନ୍ତି ଇଟାଭାଟି ମାଲିକ I ଏହାକୁ ନେଇ ଶ୍ରମିକ ମାନେ ଏକ ଭିଡିଓ ବାର୍ତା ମାଧ୍ୟମରେ ଓଡିଶା ସରକାର, ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗକୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି I

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମହିୟସୀ ମହିଳା ନନ୍ଦିନୀ ଶତପଥୀଙ୍କର ୧୭ତମ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

ଏଲ୍. ଡି. ଏ ର ଚତୁର୍ଥ ତମ ପ୍ରତିଷ୍ଠା ଦିବସ ବହୁତ ଜୋରସୋର ରେ ପାଳିତ ହୋଇଯାଇଛି

masiha

ସର୍ବ ଭାରତୀୟ ଏକଲ ଶିକ୍ଷ୍ୟା ଅଭିଯାନ

Sunil Chandra Nayak

Leave a Comment

error: Content is protected !!