ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟି ବ୍ରାହ୍ମଣ ମହାସଭା ଦ୍ଵାରା ତ୍ରିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ବୈଠକ

ବାମନଘାଟି ବ୍ରାହ୍ମଣ ମହାସଭା ଦ୍ଵାରା ତ୍ରିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ବୈଠକ

 ମୟୂରଭଞ୍ଜ –୧୭/୦୧ // ଆଜି ଅପରାହ୍ନ ଚାରି ଟା ସମୟରେ ରାଇରଙ୍ଗପୁର ବାବା ପୂର୍ଣେଶ୍ୱର୍ ମହାଦେବ ମନ୍ଦିର ସନ୍ନିକଟ ବ୍ରାହ୍ମଣ ମହାସଭା ସଭାଗୃହ ରେ ବିଶିଷ୍ଟ ପୂଜକ ପଣ୍ଡିତ ଶ୍ରୀ ଦେବବ୍ରତ ରଥ ମହାପାତ୍ର ଙ୍କ ସଭାପତିତ୍ବ ରେ ଏକ ଜରୁରୀ ବୈଠକ ଆସନ୍ତା ଫେବୃୟାରୀ ମାସ ୧୬, ୧୭ ଓ ୧୮ ତାରିଖ ତ୍ରୀନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବା ସମ୍ବନ୍ଧୀୟ ଆଲୋଚନା ହୋଇଯାଇଛି। ଉକ୍ତ ବୈଠକ ରେ ସର୍ବଶ୍ରୀ ଗଣେଶ୍ୱର ଦାଶ, ବାଇଧର ପଣ୍ଡା, ସୁଧୀର ମିଶ୍ର, ଅଜିତ ଦାଶ, ଗୋକୁଳ ପାଣି, ବିରେଶ୍ କବି, କଟି ପଣ୍ଡା, କର ସାର୍,ହୋତା ବାବୁ ଇତ୍ୟାଦି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଏହାର ପରବର୍ତ୍ତୀ ବୈଠକ ରେ ସବିଶେଷ ବିସ୍ତୃତ ଆଲୋଚନା ହୋଇ ବିଶ୍ଵଶାନ୍ତି ମହାଯଜ୍ଞ ର ଚିଠା ପ୍ରସ୍ତୁତ ହେବ। ଶ୍ରୀ ଗଣେଶ୍ୱର ଦାଶ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ 

masiha

ଓଡିଆ ବିଭାଗର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

masiha

ବିକାଶ ଭାରତ ସଂକଳ୍ପ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!