ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଯ୍ୟାପ୍ତ ଜଳ ପଞ୍ଚାୟତ ଉପରେ ତାଲିମ 

ପର୍ଯ୍ୟାପ୍ତ ଜଳ ପଞ୍ଚାୟତ ଉପରେ ତାଲିମ 

ଡାବୁଗାଁ, ୧୮/୧(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପର୍ଯ୍ୟାପ୍ତ ଜଳ ପଞ୍ଚାୟତ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପାଣିର ବ୍ୟବହାର, ଜଳ ସଂରକ୍ଷଣ, ଜଳ ଓ ପରିମଳ ପରିଚାଳନା କମିଟି, ଉପଭୋକ୍ତା କମିଟି, ଜଳର ମାନ ପରୀକ୍ଷଣ ଆଦି ଉପରେ ତାଲିମ ଦିଆଯାଇଥିଲା | ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ରୋହିତ କିଶାନ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବିଆରସି ରଞ୍ଜନ ମହାଙ୍କୁଡ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସମସ୍ତ ସରପଞ୍ଚ, ସମସ୍ତ ସ୍ଵାବଲମ୍ବୀ କାରିଗର, ପମ୍ପ ଡ୍ରାଇଭର, ଅଙ୍ଗନୱାଡି କର୍ମୀ, ଏସିଡିଓ, ଏମବିକେ ଓ ସିଆରପି ମାନେ ତାଲିମ ନେଇଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ ଓ ନିର୍ବାଚନ ଅନୁଷ୍ଠିତ 

masiha

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରାଜ୍ୟରେ ସର୍ବନିମ୍ନ ସ୍ତରକୁ ଆଣିବା ଲକ୍ଷ୍ୟ  

Sunil Chandra Nayak

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ -୨୦୨୩       

Sunil Chandra Nayak

Leave a Comment

error: Content is protected !!