ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାସଦେବ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବ୍ଲକ୍ ସ୍ତରୀୟ ମାସିକ ଆଲୋଚନା

ବ୍ୟାସଦେବ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବ୍ଲକ୍ ସ୍ତରୀୟ ମାସିକ ଆଲୋଚନା

ରାଉରକେଲା : ବେଦବ୍ୟାସ ସ୍ଥିତ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟରେ ତ୍ରୟୋଦଶ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଲାଠିକଟା ବ୍ଲକ୍ ର ଅଠରଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇ ସୁଗମ ଓ ଗୁଣାତ୍ମକ ଶିକ୍ଷା ଉପରେ ବିଶଦ ଆଲୋଚନା କରିଛନ୍ତି l ଆୟୋଜିତ ପ୍ରଧାନଶିକ୍ଷକଙ୍କ ବୈଠକରେ ଲାଠିକଟା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ସା ଅଧ୍ୟକ୍ଷତା କରିଥିଲେ l ପ୍ରଦୀପ ପ୍ରଜ୍ଜ୍ବଳନ କରିବା ପରେ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଶ୍ରୀ ସା ବୈଠକରେ ଉତ୍କର୍ଷ କାର୍ଯ୍ୟକ୍ରମ, ଆକାଂକ୍ଷୀ,ଖାନ ଏକାଡେମୀର ଗଣିତ ଦକ୍ଷତା ବୃଦ୍ଧି ଓ ଶୈକ୍ଷିକ ଯୋଜନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଛାତ୍ରଛାତ୍ରୀମାନଙ୍କୁ ଯଥାସାଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉତ୍ତମ ଓ ସଫଳ ଛାତ୍ରଛାତ୍ରୀ ଗଠନ କରିବାକୁ ଶ୍ରୀ ସା ପ୍ରଧାନଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ l ପ୍ରଥମେ ଆୟୋଜକ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ଉପସ୍ଥିତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍ଵାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ଜଲଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଧଳ, ଚିକଟମାଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ପଟେଲ , ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିଲଭିଆ ଏକ୍କା ଏବଂ କଲୁଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ସମାସି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏମ୍ ଆଇ ଏସ୍ ସଂଯୋଜକ ବିବେକାନନ୍ଦ ପରିଡ଼ା ପ୍ରଧାନଶିକ୍ଷକମାନଙ୍କୁ ଖାନ୍ଏକାଡେମୀର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ ଓ ସ୍ଵୟଂଚାଳିତ ସ୍ଥାୟୀ ଶୈକ୍ଷିକ ପରିଚୟ ପଞ୍ଜୀକରଣ ସଂପର୍କରେ ବୁଝାଇଥିଲେ l ପ୍ରଧାନଶିକ୍ଷୟିତ୍ରୀ ସୁସ୍ମିତା ପଟେଲ, ରୀତା ତିର୍କୀ, ସଂଯୁକ୍ତା ମାଝୀ, ମୀନକେତନ ମହାପାତ୍ର, ହରିଶ୍ଚନ୍ଦ୍ର ପାଣିଗ୍ରାହୀ,ପୁଷ୍ପାଞ୍ଜଳି ପାଣ୍ଡେ, ମିନତି କାଣ୍ଡେ , ଓଲାସି ମୁଣ୍ଡା, ମୁଙ୍ଗଲି ନାଗ, ଲିଙ୍ଗରାଜ କିଷାନ, ନଳିନୀ କାଲୋ, ହିମାଦ୍ରି ଚରଣ ବିଶ୍ଵାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ମଧ୍ୟାହ୍ନ ବିରତି ପରେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ପ୍ରାକ୍-ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ହାତୀବନ୍ଧା କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ କିଷାନଙ୍କ ଆବାହକତ୍ବରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବ୍ ଅନ୍ତର୍ଜାତୀୟ ଜିଲ୍ଲାର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର୍ ରାକେଶ କୁମାର ସିଂହ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ଧଳ ଓ ଲାୟନ କିରଣ ପ୍ରକାଶ ମେହେର୍ ଯୋଗ ଦେଇଥିଲେ l ଏହି ମାସରେ ଚାକିରିରୁ ଅବସର ନେଉଥିବା ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ରଙ୍କୁ ପ୍ରଧାନଶିକ୍ଷକମାନଙ୍କ ତରଫରୁ ମାନପତ୍ର, ଶ୍ରୀ ଜଗନ୍ନାଥଙ୍କ ପ୍ରତିମା, ଉପାୟନ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ସଭାମୁଖ୍ୟ ଲାଠିକଟା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ସା ବିଦାୟୀ ପ୍ରଧାନଶିକ୍ଷକଙ୍କ ନିରଳସ ଶିକ୍ଷାଦାନ, କାର୍ଯ୍ୟଦକ୍ଷତା ଓ ସହଯୋଗ ମନୋବୃତ୍ତି ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କର ସୁସ୍ଥ, ନିରାମୟ ଦୀର୍ଘାୟୁ ଜୀବନ କାମନା କରିଥିଲେ l ଶ୍ରୀ ବାରିକ ମଧ୍ଯ ପ୍ରଧାନଶିକ୍ଷକମାନଙ୍କୁ ଏଥି ପାଇଁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ l ପରେ ପ୍ରଧାନଶିକ୍ଷକମାନେ ଆୟୋଜକ ଅନୁଷ୍ଠାନର ସ୍ମାର୍ଟ ଶ୍ରେଣୀଗୃହ, ଇ ପାଠାଗାର, ପ୍ରୟୋଗଶାଳା,ପାଠାଗାର, ଶୌଚାଳୟ ଆଦି ପରିଦର୍ଶନ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇସ୍ପାତ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ

masiha

ଯୋଗାଣ ସହାୟକ ଙ୍କ ଅନୁପସ୍ଥିତ ରେ ତାଙ୍କ ସ୍ବାମୀ ଦେଉଥିଲେ ଚାଉଳ, ୩ମାସ ଚାଉଳ ନେଲେ ଏକ କିଲୋ ବି କମ୍ ନେବେ ନାହି ହିତାଧିକାରୀ

Sunil Chandra Nayak

ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବି ଚେତିଲାନି ପ୍ରଶାସନ 

masiha

Leave a Comment

error: Content is protected !!