ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର :ନିଜର ଖ୍ୟାତି ହରାଉଛି

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର :ନିଜର ଖ୍ୟାତି ହରାଉଛି

ତେନ୍ତୁଳିଖୁଣ୍ଟି ୧୯/୦୧/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ବୈଠକ ରେ ସତର ଜାନୁଆରୀ ରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଆଲୋଚନା ରେ ରୋଗୀ ସ୍ବାସ୍ଥ୍ୟ ସେବା ଠିକ୍ ରୂପେ ପାଇ ପାରୁ ନଥିବା ସହ ଡାକ୍ତର ଙ୍କ ଅନୁପସ୍ଥିତି ନେଇ ସମିତି ସଭ୍ୟ ଓ ସରପଞ୍ଚ ଅଭିଯୋଗ କରିଥିଲେ। ତଥାପି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ବେପରୁଆ ମନୋଭାବ ପରିଦୃଶ୍ୟ ହୋଇଛି। ଆଜି ୧୯ ତାରିଖ ରବିବାର ସରକାରୀ ନିୟମ ପ୍ରକାରେ ଅଧା ଦିନ କାର୍ଯ୍ୟ କରିବା ନିୟମ ରହିଛି କିନ୍ତୁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଠୁଁ ଆରମ୍ଭ କରି ସହଯୋଗୀ ଷ୍ଟାଫ୍ ସମସ୍ତେ ପିକ ନିକ କରିବାକୁ ଯାଇଥିବା ଅଭିଯୋଗ ହେଉଛି। ଆମୋଦ ପ୍ରମୋଦ କରିବା ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ଙ୍କ ମଧ୍ୟ ଅଧିକାର ରହିଛି କିନ୍ତୁ ରୋଗୀ ଙ୍କ ସ୍ବାର୍ଥ ହାନି କରିବା କର୍ତ୍ତବ୍ୟ ବିଚ୍ୟୁତ ସଦୃଶ୍ୟ ହୋଇଛି। ଆଜି ଗର୍ଭ ବତୀ ମହିଳା ଙ୍କ ଠାରୁ ଆରମ୍ଭ କରି ରୋଗୀ ଙ୍କୁ ଜିଲ୍ଲା ଡାକ୍ତରଖାନା ରେଫର୍ କରାଯାଉଥିବା ଦେଖାଯାଇଥିଲା। ଦିନ ଥିଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ଉଚ୍ଚ କୋଟିର ରହିଥିବା ଯୋଗୁଁ ଆଖ ପାଖ ଅଞ୍ଚଳ ରେ ବେଶ୍ ସୁନାମ ରହିଥିଲା। ସୁସ୍ଥ ପରିଷ୍କାର ପରିଚ୍ଛନ୍ନ ପରିବେଶ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ କାୟକଳ୍ପ ପୁରସ୍କାର ବହୁ ବାର ପାଇ ପାରୁଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ବିପରୀତ ହେବାକୁ ଲାଗିଛି। ରେଫ ରାଲ ଡାକ୍ତରଖାନା ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ଡାକ୍ତରଖାନା ପରିସର ହୋଇ ପାରୁନି। ଟିମ୍ ୱାର୍କ ତଥା ରୋଗୀ ସହ ମିତ୍ରତା ପୂର୍ଣ୍ଣ ମାନସିକତା ରୁ ମଧ୍ୟ ଦୂରରେ ରହୁଥିବା ଦେଖାଯାଉ ଥିବା ଅଭିଯୋଗ ହେଉଛି । ସମିତି ବୈଠକ ରେ ଅଭିଯୋଗ ପରେ ମଧ୍ୟ ଖାତିର ନ କରି ଡାକ୍ତରଖାନା ର ପ୍ରାୟ ଷ୍ଟାଫ୍ ପିକ୍ ନିକ୍ ରେ ମାତିବା ସାଧାରଣ ରେ ନିନ୍ଦା କରା ଯାଉଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସରେ ସାମିଲ ଦାବି 

masiha

ମୁଖ୍ୟମନ୍ତ୍ରୀ,ତିନି ମନ୍ତ୍ରୀ ,ଦୁଇ ସାଂସଦ ସମେତ ଜିଲ୍ଲାର ୬ ବିଧାୟକଙ୍କ ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦାନ

masiha

ପିଲାମାନେ ପର କରି ଥିବା ପିତା ମାତାଙ୍କୁ ଆପଣାର କରି ପୂଜାର୍ଚନା କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତା 

Sunil Chandra Nayak

Leave a Comment

error: Content is protected !!