ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ଆଲୁମିନlରେ ନିଯୁକ୍ତି ପାଇଥିବା ଜିଲ୍ଲାର 30ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

 ରାୟଗଡ:-ତା20/07-ଜିଲ୍ଲା ନିୟୋଜନ କାର୍ଜ୍ୟାଳୟ , ରାୟଗଡ଼ ମାଧ୍ୟମରେ ବେଦାନ୍ତ ଆଲୁମିନାର ଗତ ଫେବ୍ରୁୟାରୀ ମାସର ପ୍ରଥମ ସପ୍ତାହରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ମୋନନୀତ 30 ଜଣ ଛାତ୍ର/ଛାତ୍ରୀ ମାନଙ୍କୁ ଆଜି ଗୁରୁବାର ଦିନ ବିଜୁ ପଟ୍ଟନାୟକ ଅଡିଟୋରିଉମ, ରାୟଗଡ଼ ଠାରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ସମବାୟ ଓ ଉଚ୍ଚଶିକ୍ଷା ବିଭାଗ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଏବଂ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଆଦିବାସୀ ଏବଂ ହରିଜନ ବିକାଶ , ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ , ଆଇନ ବିଭାଗ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କର କରକମଳରେ ଯଥାବିଧି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।

     ଉକ୍ତ କର୍ଜକର୍ମରେ ମାନ୍ୟବର ବିଧାୟକ ରାୟଗଡ଼ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ଏବଂ ପଛୁଆ ବର୍ଗ ଉପଦେଷ୍ଟା ଶ୍ରୀଯୁକ୍ତ ପୃଥୀରାଜ ସାହୁ ଉପସ୍ଥିତ ରହି କୃତି ଛାତ୍ର/ଛାତ୍ରୀ ମାନଙ୍କୁ ତାଙ୍କର ସୁଚିନ୍ତିତ ମତ ମାଧ୍ୟମରେ ଉତ୍ସାହିତ କରିଥିଲେ l ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା , ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ତତ୍ଵମାସୀ ମହାପାତ୍ର ଏବଂ ବେଦାନ୍ତ ଆଲୁମିନା ତରଫରୁ ସି ଇ ଓ ଶ୍ରୀଯୁକ୍ତ ଜି ଜି ପାଲ , ସି ଏଚ ଆର ଓ ଶ୍ରୀଯୁକ୍ତ ବିଶାଳ ସିଂହ , ସି ଏସ ଆର ମୁଖ୍ୟ ଶ୍ରୀ ବିଭୂଦେନ୍ଦୁ ପଣ୍ଡା ତଥା ଅନ୍ୟ କର୍ମଚାରୀ ମାନେ କାର୍ଯାକର୍ମକୁ ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ 

masiha

ବ୍ଲକ ମୁଖ୍ୟାଳୟରୁ ଆରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!