ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ତେନ୍ତୁଳିଖୁଣ୍ଟି ୨୦/୦୧/୨୫ // ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ପରିସର ମଧ୍ୟରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ଙ୍କ ଉପସ୍ଥିତି ରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟକ୍ତିଗତ ମାମଲା ୨୯ ଟି ଏବଂ ଗୋଷ୍ଠିଗତ ମାମଲା ୧୫ଟି ଏହିଭଳି୪୪ଟି ଅଭିଯୋଗ ଆସିଥିଲା।ଏଥିରୁ 3ଟି ଅଭିଯୋଗ ର ତ୍ୱରିତ ସମାଧାନ ହୋଇଛି।ଏହି ଅଭିଯୋଗ ଗୁଡିକ ମଧ୍ୟରେ ମଣ୍ଡି କାର୍ଡ ଅବଧି ବୃଦ୍ଧି ପାଇଁ ଦାବୀ,ଜମି ଜମା ସଂକ୍ରାନ୍ତ, ଲଷ୍ମୀ ବସ୍ ପାହାଡିଆ ଗାଁ ଗୋଡିଗାଁ କୁ ସେବା , ପାନୀୟ ଜଳ, ବିଦ୍ୟାଳୟ ର ଶ୍ରେଣୀ ଗୃହ,ଉଚ୍ଚ ଶିକ୍ଷା ବିଭାଗ ସମ୍ଭନ୍ଧୀୟ,ମେଗା ଉଠା ଜଳସେଚନ ଜମି ଖନନ କୁ ବିରୋଧ କରି ଗ୍ରାମବାସୀ ଙ୍କ ଅଭିଯୋଗ,ରାଜ୍ଵସ୍ବ ମୌଜା ଚରାମୂଳା ଏହାର ପଡା ଗ୍ରାମ ଗଦବାଗୁଡାକୁ ସ୍ୱତନ୍ତ୍ର ଗ୍ରାମ ର ମାନ୍ୟତା ପାଇଁ ଦାବି।,ପେନସନ, ନୂତନ ରାସନ କାର୍ଡ, ଆବାସ ଗୃହ ଭଳି ଅଭିଯୋଗ ହୋଇଥିଲା।ସେହିପରି ସରପଞ୍ଚ ସଂଘ ସଭାପତି ମନ ମୋହନ ଦଳପତି ପୂର୍ବ ଅଭିଯୋଗ ଶୁଣାଣି ରେ ଝରିଗୁମ୍ମା ପ୍ରାଥମିକ ବିଦ୍ୟାଳୟରେ ନଳକୂପ ଖନନ ପାଇଁ ଅଭିଯୋଗ କରିଥିଲେ।ଏହି ବିଦ୍ୟାଳୟ ରେ ପିଲା ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ୧ କିମି ହାତ ଧୋଇବାକୁ ଯିବା କୁ ପଡୁଛି।ଅଭିଯୋଗ ର ଏକ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ପ୍ରକାଶ କରିଛନ୍ତି।ଏହାର ସଫାଇ ଦେବାକୁ ଯାଇ ସମ୍ପୃକ୍ତ ବିଭାଗ ର ଯନ୍ତ୍ରୀ ସମସ୍ୟାର ସମାଧାନ ହୋଇଯାଇଛି ବୋଲି ଜିଲ୍ଲାପାଳ ଙ୍କ ଆଗରେ ମିଥ୍ୟା କହିଲେ ବୋଲି ପ୍ରକାଶ କରିଛନ୍ତି।ଏହି ଅଭିଯୋଗ ଶୁଣାଣି ରେ ବିଡ଼ିଓ ତେନ୍ତୁଳିଖୁଣ୍ଟି ମନୋଜ ପାଣିଗ୍ରାହୀ , ତହସିଲଦାର ତେନ୍ତୁଳିଖୁଣ୍ଟି ରାଜକିଶୋର ପଟନାୟକ , ମଙ୍ଗଳସମ୍ପ୍ରସରଣ ଅଧିକାରୀ ତେନ୍ତୁଳିଖୁଣ୍ଟି ଜଗମୋହନ ମାଝୀ , ଯୋଗାଣ ଅଧିକାରୀ ଙ୍କ ସହ ସମସ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

     ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

 

Related posts

ଢେଙ୍କାନାଳ ମିନା ବଜାର ଗାନ୍ଧି ମନ୍ଦିର ରୋଡ ଠାରେ ସୈାନ୍ଦର୍ୟା ପ୍ରିମିୟମ ସ୍କ୍ରିନ ଆଣ୍ଡ ଲେଜର କ୍ଲିନିକ୍ ଉଦଘାଟିତ

masiha

ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

ରାୟଗଡାରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କଲା ଜିଲ୍ଳା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!