ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଣ୍ଡପାଟ ବେହେରା କୁ ବ୍ଲକ ଦାବି ନେଇ ପଦଯାତ୍ରା  ୧୧ ପଞ୍ଚାୟତବାସୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

ଦଣ୍ଡପାଟ ବେହେରା କୁ ବ୍ଲକ ଦାବି ନେଇ ପଦଯାତ୍ରା

 ୧୧ ପଞ୍ଚାୟତବାସୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

କଳାହାଣ୍ଡି ଜିଲ୍ଲା ର ଦଣ୍ଡପାଟ ଅଞ୍ଚଳ ବେହେରା କୁ ସ୍ଵତନ୍ତ୍ର ଦଣ୍ଡପାଟ ବ୍ଲକ ଘୋଷଣା ଦାବିରେ ମଙ୍ଗଳବାର ଦିନ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନରେ ୧୧ଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେଇଛନ୍ତି। ଗୋଡଭଞ୍ଜା ଗୋଲେଇ ଛକ ରୁ ଧର୍ମଗଡ଼ ସହର ଯାଏଁ ଏକ ବିରାଟ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।

ଏହି ଦାବୀପତ୍ର ପ୍ରଦାନ ବେଳେ ୧୧ଟି ପଞ୍ଚାୟତ ତଥା ଦଣ୍ଡପାଟ ଅନ୍ତର୍ଗତ କୋକସରା ବ୍ଲକ ଅଧୀନ-ଗୋତମୁଣ୍ଡା,ପୋଡ଼ାଗୁଡା, ଡାଲଗୁମା, ମୂଷାପାଲି,ଡହଗାଁ,ଖୁଣ୍ଟିଆ ଥିବାବେଳେ ଧର୍ମଗଡ଼ବ୍ଲକ ଅନ୍ତର୍ଗତ ବେହେରା, ତେଣ୍ଡାପାଲି, ଜୟନ୍ତପୁର, ଛଞ୍ଚାଣବାହେଲି, ଧଅଁରପୁର ଆଦି ରହିଅଛି।ଏଥିରେ ବହୁ ସଂଖ୍ୟାରେ ମହିଳା ମାନେ ମଧ୍ୟ ସାମିଲ ହୋଇଥିବା ଦେଖା ଯାଇଥିଲା। ଭୌଗଳିକ ଦୃଷ୍ଟିକୋଣ ରୁ ବେହେରା ଗ୍ରାମ ଅଞ୍ଚଳର ମଧ୍ୟବର୍ତ୍ତୀ ସ୍ଥାନ ହୋଇଥିବା ବେଳେ ଏଠାରେ ବ୍ଲକ ଗଠନ ନିମିତ୍ତ ସବୁ ପ୍ରକାର ଭିତ୍ତିଭୂମି ରହିଛି। ଏହି ଗ୍ରାମକୁ ଅଞ୍ଚଳର ବ୍ୟବସାୟିକ ପେଣ୍ଠ ସ୍ଥଳୀ ମଧ୍ୟ କୁହାଯାଏ।୧୧ ଗୋଟି ପଞ୍ଚାୟତ ବ୍ୟତୀତ ପଡୋଶୀ ଜିଲ୍ଲା ନବରଙ୍ଗ ପୁର ର ଝରିଗାଁ ବ୍ଲକ ର ଅର୍ଦ୍ଧାଧିକ ଗ୍ରାମ ତଥା ପଡୋଶୀ ରାଜ୍ୟ ଛତିଶଗଡ ର ସୀମାନ୍ତ ଅଞ୍ଚଳର ହଜାର ହଜାର ଲୋକ ସବୁକ୍ଷେତ୍ର ରେ ବେହେରା ଉପରେ ପ୍ରାୟ ନିର୍ଭର କରିଥାନ୍ତି। ଏଠାରେ ଥିବା ସ୍କୁଲ କଲେଜ, ଡାକ୍ତରଖାନା,ଫରେଷ୍ଟ ଅଫିସ, ଆର ଆଇ ଅଫିସ,ପେଟ୍ରୋଲ ଟ୍ୟାଙ୍କ, ଗ୍ୟାସ ପଏଣ୍ଟ ଇତ୍ୟାଦି ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି ।ମୂଲ ଧର୍ମଗଡ ବ୍ଲକ ଏହି ଅଞ୍ଚଳ ଠାରୁ ୨୦ ରୁ ୨୫ କିମି ଦୂରତା ଥିବା ହେତୁ ଲୋକଙ୍କ ଆବଶ୍ୟକତା ବେହେରା ପୂରଣ କରିଥାଏ,ସେ ଦୃଷ୍ଟିକୋଣ ରୁ ବେହେରା କୁ ବ୍ଲକ ଘୋଷଣା ର ଯଥାର୍ଥତା ରହିଛି। ଏହି ପରିପ୍ରେକ୍ଷୀରେ ବେହେରା କୁ ଦଣ୍ଡପାଟ ବ୍ଲକ ଘୋଷଣା କରାଯିବାକୁ ୧୧ ଗୋଟି ପଞ୍ଚାୟତ ଲୋକ ଏବେ ଏକାଠି ହୋଇଛନ୍ତି । କାର୍ଯ୍ୟକ୍ରମ ଦଣ୍ଡପାଟ କ୍ରିୟାନୁଷ୍ଠାନ କମିଟି ର ସଭାପତି ଘନଶ୍ୟାମ ପଟେଲ ,କାର୍ଯ୍ୟକାରୀ ସଭାପତି ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୂରିଆ,ସମ୍ପାଦକ ପ୍ରଶାନ୍ତ ତିୱାରୀ ,କୋଷାଧ୍ୟକ୍ଷ ଲଲିତ ବାଣୁଆ,ଆବାହକ ଭବେଶ ଗଇନ୍ତା, ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ଡାଲଗୁମା ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ, ଗୋତୋମୁଣ୍ଡ ସରପଞ୍ଚ ପଦ୍ମିନୀ ପୁଝାରୀ,ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ, ପୋଡାଗୁଡ଼ା ସରପଞ୍ଚ ଜୟରାମ ନାଗ,ସମିତି ସଭ୍ୟ ରାଜୀବ ଖମାରୀ,ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ,ଧର୍ମାନନ୍ଦ ସେଠିଆ,ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ, ଶଙ୍କର ଯୁଏଡ,ସିଦ୍ଧେଶ୍ୱର ଭଇଁଶାଲ, ତଥା ୧୧ଗୋଟି ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ସମେତ ଅଞ୍ଚଳ ର ହଜାର ହଜାର ବୁଦ୍ଧିଜୀବୀ,ସାଧାରଣ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଚରାମୂଳା ନିକଟରେ ବଳଦ ସହ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ ର ଧର୍ମଘଟ କୁ ସମର୍ଥନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି. କର୍ମଚାରୀ ମାନଙ୍କ ସମସ୍ୟା ପୂରଣ କରିବାକୁ ଦାବୀ

masiha

Leave a Comment

error: Content is protected !!