ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପ ଉଦ୍ୟୋଗୀ ତାଲିମ ପ୍ରଦାନ କାର୍ଯ୍ୟକ୍ରମ 

କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପ ଉଦ୍ୟୋଗୀ ତାଲିମ ପ୍ରଦାନ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୨୧|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପ ଉଦ୍ୟୋଗୀ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ୩୬ ଜଣ ନୂତନ ଉଦ୍ୟୋଗୀ ତାଲିମ ପ୍ରଦାନ ନିମନ୍ତେ ଇଛୁକ ଥିବା ଯୁବକଯୁବତୀ ମଧ୍ୟରୁ ୩୦ ଜଣକୁ ଚୟନ କରାଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଳା ଶିଳ୍ପ କେନ୍ଦ୍ରର ବରିଷ୍ଠ ଶିଳ୍ପ ଉନ୍ନୟନ ଅଧିକାରୀ ଶ୍ରୀ କେ.ବିକ୍ରମ ରାଜୁ,କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ର ବରିଷ୍ଠ ତାଲିମ ଦାତା ଶ୍ରୀ ପ୍ରଦୀପ ପଟ୍ଟନାୟକ, ଏବଂ ଏମଏସଭିଓ (ଏନଜିଓ)ର ଶ୍ରୀମତୀ ମମତା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଯୁବକ ଯୁବତୀ ମାନଙ୍କୁ ପର୍ସନାଲ ଇଣ୍ଟରଭ୍ୟୁ ମାଧ୍ଯମରେ ଚୟନ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ଏସ୍ ଆଇ ଓୟାଇ ବି ତାଲିମପ୍ରାପ୍ତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ଦ୍ଵାରା ପରିଚାଳିତ ହେଉଛି ଏହି ତାଲିମ ଶିବିରକୁ ଓଡ଼ିଶା ସରକାରଙ୍କ ଆଇ ଇ ଡି ଓ, ଆଇ ଏଲ ଓ ଏବଂ ଏସ୍ ଆଇ ଓୟାଇ ବି ଙ୍କ ମିଳିତ ଭାବେ ସହଯୋଗ ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ଯୁବ ଉଦ୍ୟୋଗୀ ବ୍ୟବସାୟିକ ସଫଳତା ହାସଲ କରିଛନ୍ତି । ଯାହା ଆଗାମୀ ଦିନରେ ଆହୁରି କିଛି ନୂତନ ଉଦ୍ୟୋଗୀ ସୃଷ୍ଟିରେ ସହାୟକ ହେବ ବୋଲି ସମସ୍ତେ ମତବ୍ୟକ୍ତ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୧- ଆସିକା ଚିନିଶିଳ୍ପରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ଦଶକୋଟି ନିଶାମୁକ୍ତି ପ୍ରତିଜ୍ଞା, ୨- ନିଶାମୁକ୍ତି ଭାରତ ଅଭିଯାନ ସଚେତନତା, ୩- ସାଇବର ମାମଲାରେ ଯୁବକ ଗିରଫ  

Sunil Chandra Nayak

ଲମତା ଗୁଡା ଗ୍ରାମରେ ପ୍ରତିଷ୍ଠା ହେଲା ନୂତନ ରାମ ମନ୍ଦିର 

masiha

ଵ୍ଯକ୍ତିଗତ ଜାଗାରେ ଜୋର ଜବରଦସ୍ତ ରାସ୍ତା କାମ, ଵିରୋଧ କଲେ ମିଳୁଛି ଧମକ

Leave a Comment

error: Content is protected !!