ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତହସିଲ କାର୍ଯ୍ୟାଳୟ ସାମ୍ନାରେ ଯୁବକ ଙ୍କ ଆତ୍ମହତ୍ୟା ଉଦ୍ୟମ 

ତହସିଲ କାର୍ଯ୍ୟାଳୟ ସାମ୍ନାରେ ଯୁବକ ଙ୍କ ଆତ୍ମହତ୍ୟା ଉଦ୍ୟମ 

କାମାକ୍ଷାନଗର (ମନିସ )22/1/25 // କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅଭାବନୀୟ ଘଟଣା l ଜାଗାବାଡ଼ି ବିବାଦ କୁ ନେଇ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଦଉଡି ଦେଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ l ଯୁବକ ଜଣକ କାମାକ୍ଷାନଗର ଥାନା କାନପୁରା ଗ୍ରାମ ର ପ୍ରଭାତ ରାଉତ ବୋଲି ଜଣାପଡିଛି l ସୂଚନା ଅନୁସାରେ ଆଜି ସକାଳ ସମୟରେ ପ୍ରଭାତ ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଫାଟକ ନିକଟରେ ଏକ ଦଉଡି ସାହାଯ୍ୟ ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ପ୍ରଭାତ ଙ୍କ କହିବାନୁସାରେ କାନପୁରା ଗ୍ରାମ ରେ ଥିବା ତାଙ୍କର ଏକ ଜାଗା କୁ ସେହି ଗ୍ରାମର ଜଣେ ବ୍ୟକ୍ତି ଜବରଦଖଲ କରି ଆସୁଅଛି l କିଛି ବର୍ଷ ପୂର୍ବରୁ ପ୍ରଭାତ ଙ୍କ ପରିବାର ଲୋକ ଉକ୍ତ ଜାଗା ଟିକୁ ଗ୍ରାମର ଜଣେ ବ୍ୟକ୍ତି ଙ୍କୁ ବନ୍ଧକ ପକାଇଥିଲେ l ମାତ୍ର ଏବେ ବନ୍ଧକ ଥିବା ଜାଗା କୁ ଚଞ୍ଚକତା କରି ଉକ୍ତ ବ୍ୟକ୍ତି ଜଣକ ତାହାକୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି l ଏହାକୁ ନେଇ ପ୍ରଭାତ କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ଓ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରି ଆସିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା l ଆଜି ସେହି ଜାଗା କୁ ଆରଆଇ, ଅମିନ ଯାଇ ଚିନ୍ହଟ କରିବାର ଥିବାବେଳେ କୌଣସି କାରଣ ଯୋଗୁ ଚିନ୍ହଟ କୁ କେହି ଯାଇନଥିଲେ l ଏହି ଖବର ଶୁଣି ପ୍ରଭାତ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଦଉଡି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ଏହି ଘଟଣା କୁ ନେଇ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଲୋକାରଣ୍ୟ ହୋଇଥିବା ବେଳେ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ପ୍ରଭାତ ଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରିଛି l ତେବେ ଏ ସମ୍ପର୍କ ରେ କାମାକ୍ଷାନଗର ତହସିଲଦାର କିମ୍ବା ଆରଆଇ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆଞ୍ଚଳିକ କ୍ଷତ୍ରିୟ ଯୁବ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ଆନୁକୁଲ୍ୟରେ ୪୦ ତମ ଶାରଦୀୟ ଉତ୍ସବ ପାଳନ ଏବଂ ମଶାଳ ଯାତ୍ରା

masiha

କଳାହାଣ୍ଡି : ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳସେଚନ :ଏବେ ୪୫ ପ୍ରତିଶତରେ ଜଳ ଭଣ୍ଡାରର ଜଳସ୍ତର

masiha

ଉମାକାନ୍ତ ସାହୁଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

Leave a Comment

error: Content is protected !!