ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଦ୍ଵାରା ସଡକ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ 

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଦ୍ଵାରା ସଡକ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ 

ନବରଙ୍ଗପୁର :(୨୧|୧) ( ରବିନାରାୟଣମହାନ୍ତି) ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଦ୍ଵାରା ସଡକ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପର୍ଯ୍ୟନ୍ତ ଆସିଥିଲା । ଏହି ସଡକ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଙ୍କ ସମେତ ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ କୁମାର ଠାକୁର, ଟ୍ରେନିଂ ଅଫିସର ପ୍ରଦୀପ କୁମାର ବର୍ମନ, ବରିଷ୍ଠ ପ୍ରଶିକ୍ଷକ ସୌରଭ ମିଶ୍ର, ଥାନା ଅଧିକାରୀ ଏବଂ ପୁଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା ନିୟମ ବିଷୟରେ ଛାତ୍ର ଛାତ୍ରୀ, ଜନସାଧାରଣ ବାଇକ ଆରୋହୀ ଏବଂ କାର ଆରୋହୀ ମାନଙ୍କୁ ବୁଝାଇଥିଲେ। ରାସ୍ତାରେ ଜିବା ଆସିବା କରୁଥିବା ଗାଡି ମୋଟର, ଯାନବାହାନ ଚାଳକଙ୍କୁ ହେଲମେଟ ପିନ୍ଧିବା ର ତାତ୍ପର୍ଜ୍ୟ ବିଷୟରେ ବୁଝାଇଥିଲେ। ହେଲମେଟ ପିନ୍ଧିଥିବା ଏବଂ ସିଟ ବେଲ୍ଟ ପିନ୍ଧିଥିବା ଚାଳକ ମାନଙ୍କୁ ଉପହାର ଦେଇ ପୁରଷ୍କୃତ କରଯାଇଥିଲା । ନପିନ୍ଧିଥିବା ଚଲାଳି ମାନଙ୍କୁ ଗୋଲାପ ଫୁଲ ଉପହାର ଦେଇ ସଚେତନ କରାଯାଇଥିଲା। ଏହି ସଚେତନ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ଡାକୁଆ, ସିଂରାଇ ମୁର୍ମୁ, ଆଶିଷ କୁମାର ନାୟକ, ଜାନୁରମ ସୋରେନ, ସୂରଜ ସାମନ୍ତସିଂହାର, ପ୍ରଦ୍ଧୋଷ ମହାପାତ୍ର, ଦିପ୍ତିମୟୀ ସିଂହାରୀ, ସଞ୍ଜୁକ୍ତା କୁମାରୀ ଡାକୁଆ, ଅଜୟ ସାହୁ, ଇପ୍ସିତା ସାମଲ ଏବଂ ବାଲାଜୀ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ 

Related posts

ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ମନ୍ତବ୍ୟ କୁ ନେଇ ଜୟନ୍ତପୂର ଠାରେପ୍ରତିବାଦ ଓ ଗାଁ ପରିକ୍ରମା 

masiha

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ଜଳଛତ୍ର 

masiha

ବିଦ୍ୟାଳୟରେ ରୁଙ୍ଗଟା ସ୍ପଞ୍ଜ ଆଇରନ ପକ୍ଷରୁ ପଙ୍ଖା,ଚୌକୀ,ପଢା ଉପକରଣ ଓ ଖେଳ ସରଞ୍ଜାମ ବଣ୍ଟନ

masiha

Leave a Comment

error: Content is protected !!