ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ 

କୋରାପୁଟ,୨୩।୦୧// କୋରାପୁଟ ସଦର ମହକୁମାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ,ତହସିଲଦାର ତଥା କୋରାପୁଟ ପୌର ପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସୟଦ ସବିର ସାହା, ଡେପୁଟି କଲେକ୍ଟର ଦେବେନ୍ଦ୍ର କୁମାର ରାଉତ, ସହକାରୀ ଯନ୍ତ୍ରୀ ମନୋଜ ପାତ୍ର,ପୂର୍ବତନ ବିଧାୟକ ନିମାଇଁ ସରକାର,ବିଜେପି ମଣ୍ଡଳ ସଭାପତି ୱାଇ ସତ୍ୟ ନାରାୟଣ, ବିଜେପି ନେତା ଶ୍ରୀଧର ପଟ୍ଟନାୟକ,ଅଧ୍ୟାପକ ରବି ଶତପଥି, କଂଗ୍ରେସ ନେତା ରୂପକ ତୁରୁକ, ସମାଜସେବୀ ଲଲିତ ମୋହନ ପଟ୍ଟନାୟକ, ଅରୁଣ କୁମାର ଦାସ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ କରିଥିଲେ।କୋରାପୁଟ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ଵରାଜ୍ୟ ସୀସା ଯୋଗଦେଇ ପରିଚାଳନା କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

masiha

ରାୟଗଡ଼ା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ 

masiha

ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ଦଲକି ଛକ ନିକଟ ରେ ଟ୍ରକ ଓ ହାଇୱା ଡମ୍ଫର ଆମନା ସାମନା 

Sunil Chandra Nayak

Leave a Comment

error: Content is protected !!