ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାତ୍ରିରେ ଚାଲୁଛି ପିଚୁ କାମ ! ଗ୍ରାମବାସୀଙ୍କ ଅଭିଯୋଗ

ଦୁର୍ନୀତିକୁ ଲୁଚାଇବାକୁ ରାତିରେ ଚାଲିଛି କାମ 

ଗୋଳାମୁଣ୍ଡା/୧୩/୫/ନିର୍ଭୟ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା କାମ ହେଉଥିବା ଏମ ଡ଼ି ଆର ଠାରୁ ମକୁନ୍ଦପୁର ଭାୟା ବୈଜଳପୁର ଦେଇ ବିଜୁ ଏକ୍ସପ୍ରେସ ୱେରେ ସଂଯୋଗ ହେଉଥିବା ରାସ୍ତାକାମଟି ଅତି ନିମ୍ନମାନର କାମ ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ ହେଉଛି । ବର୍ତ୍ତମାନ ରାସ୍ତାର ପିଚୁ କାମ ଚାଲୁଥିବା ବେଳେ ଦିନରେ ନ କରି ରାତ୍ରିରେ ପିଚୁକାମ କରାଯାଉଛି । ପୁଣି ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ କାମ ହେଉଥିବା ଗ୍ରାମବାସୀ ପକ୍ଷରୁ କୁହାଯାଇଛି । ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ରାତ୍ରିରେ କାମ କରିବା ବୋଧେ ଦୁର୍ନୀତିକୁ ଲୁଚାଇବାକୁ ଏ ସବୁ କରାଯାଉଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଏ ନେଇ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ବାଚିସୃଷ୍ଟି ହେଉଛି । ପୁଣି ପିଚୁକାମ କରିଚାଲିଥିବା ବେଳେ ଦିନରେ ସ୍ତର ସ୍ତର ହୋଇ ପିଚୁ ଉପୁଡି ଯାଉଥିବା ବୋଧେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସଲସୁତୁରା ଥାଇ ପାରେ କି ବୋଲି ସନ୍ଧେହ ଉପୁଜିଛି ? ଏ ସୁଯୋଗ ନେଇ ଠିକାଦାର ନିମ୍ନମାନର କାମ କରି ଫାଇଦା ଉଠାଉଥିବା ମକୁନ୍ଦପୁର ଓ ବୈଜଳପୁର ଗ୍ରାମବାସୀ ତଥା ଧାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଗାମ୍ବର ତାଣ୍ଡି, ପଞ୍ଚାନନ ଟୋଲଟିଆ, ଚନ୍ଦ୍ରଧଜ ପ୍ରମୁଖ ମଧ୍ୟରେ ଜୋର ଚର୍ଚ୍ଚା ଧରିଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ, ବଡ଼ବସୁଲ ପଞ୍ଚାୟତ ରେ ସ୍ୱାଗତ ସମ୍ବର୍ଦ୍ଧନା

masiha

ନଦୀ ରେ ବୁଡି ୨ବର୍ଷ ର ଶିଶୁ ମୃତ

Sunil Chandra Nayak

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

masiha

Leave a Comment

error: Content is protected !!