ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବଭାରତୀୟ ସଂଗଠନ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସର୍ବଭାରତୀୟ ସଂଗଠନ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଔଷଧ ବ୍ୟବସାୟୀଙ୍କ ସର୍ବଭାରତୀୟ ସଂଗଠନ AIOCD ର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ ଓ ଜାତୀୟ ସଭାପତି ଶ୍ରୀ ଜଗନ୍ନାଥ ସିନ୍ଧେ ଜି ଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଏକ ବିଶାଳ ରକ୍ତ ଦାନ ଶିବିର ର ଆୟୋଜନ ହୋଇ ଯାଇଛି। ଧର୍ମଗଡ଼ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥଲେ।

ସୂଚନା ଯୋଗ୍ୟ ଯେ,ସାରା ଭାରତ ବର୍ଷରେ ଏକ ସମୟରେ ଏହା ଏହି ସଂଗଠନ ଜରିଆରେ ଆୟୋଜନ କରାଯାଇ ୭୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଗିନିସ୍ ଵୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ ରେ ନାମ ପଞ୍ଜିକରଣ ପାଇଁ ବ୍ୟବସ୍ଥା କରାଯାଇଥିବା ସଂଘର ସମ୍ପାଦକ ହୃଷିକେଶ ମିଶ୍ର ପ୍ରକାଶ କରିଛନ୍ତି।

ଏହି ଶିବିରରେ ୫୧ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ୍ ର ସଭାପତି ଅଶୋକ କୁମାର ରାଉତ, କୋଷାଧ୍ୟକ୍ଷ କିଶୋର ଅଗ୍ରୱାଲ, ଗୋରୀ ଶଙ୍କର ରାୟଗୁରୁ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଆଶିଷ ପଟ୍ଟଯୋଷୀ, ସମେତ ସଂଘର ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଉକ୍ତ ଶିବିରରେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ,ସୋସିଆଲ ୱେଲ ଫେୟାର ସଙ୍ଘର ସଭପତି ଉମାକାନ୍ତ ସୁନାନୀ, ସୁମିତ କୁମାର ଖମାରୀ,ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ,ମହିଳା ମହବିଦ୍ୟାଳୟର ପ୍ରିୟମ୍ବଦା ଚାନ୍ଦ , ବଙ୍କିମ ମୁଣ୍ଡ, ପର୍ଶୁରାମ ସେନାର ବିଶ୍ଵ ରଞ୍ଜନ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ। 

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ମନ୍ଦିର ଜାମଦାରେ ଅଷ୍ଟବିଂଶତି ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳିତ

Sunil Chandra Nayak

ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ବୈଠକ

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ରାଜଯୋଗି ଜଗଦୀଶଚନ୍ଦ୍ରଙ୍କ ୨୫ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ 

Leave a Comment

error: Content is protected !!