ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହୁ ଚର୍ଚ୍ଚିତ ହଷ୍ଟେଲ ଛାତ୍ରୀ ଦୁଷ୍କର୍ମ ମାମଲା ରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ

ବହୁ ଚର୍ଚ୍ଚିତ ହଷ୍ଟେଲ ଛାତ୍ରୀ ଦୁଷ୍କର୍ମ ମାମଲା ରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ 

ଜୁନାଗଡ଼,୨୫/୧:( ମ ନି ସ) କଳାହାଣ୍ଡି ଜିଲ୍ଲା,ବିଜେପୁର ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମର ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା ସଂଖ୍ୟା ସି .ଟି – ୮୪/୨୦୨୩ ର ଆଜି ଶୁଣାଣି ହୋଇଯାଇଛି। ପ୍ରମାଣ ଅଭାବରୁ ଅଭିଯୁକ୍ତ ରାଜକୁମାର ବାଗ କୁ ନିର୍ଦ୍ଦୋଷ ରେ ଖଲାସ କଲେ ଏ ଡି ଯେ କମ୍ ସ୍ପେସାଲ ଜର୍ଜ ପୋସ୍କୋ ଭବାନିପାଟଣା। ଗତ ୧୯.୦୯.୨୦୨୩ ରେ ଜୈନିକ ନାବାଳିକା ନଦୀ କୁ ଗାଧୋଇ ଯାଇଥିବା ସମୟରେ କୌଣସି ଲୋକ ନ ଥିବାରୁ ଖଜୁରୀ ଗୁଡା ଗାଁ ର ଜୈନିକ ରାଜକୁମାର ବାଗ ଜବରଦସ୍ତି ଦୁଷ୍କର୍ମ କରିଥିଲେ। ଏହା ପରେ ନାବାଳିକା ସେଠାରୁ ଆସି ନିଜ ବାପା , ମା ଙ୍କୁ ଏ ସମ୍ପର୍କ ରେ ଜଣାଇଥିଲେ। ପରେ ପୀଡ଼ିତା ଙ୍କ ବାପା,ମା ଅଭିଯୁକ୍ତ ଙ୍କ ଘର କୁ ଯାଇ ଏହି ବିଷୟ ରେ ପଚାରିବାରୁ ଅଭିଯୁକ୍ତ ରାଜକୁମାର ଙ୍କ ବାପା ଲାଲୁ ବାଗ ଏବଂ ତାଙ୍କ ସାନ ପୁଅ ଦିଲ୍ଲିପ ବାଗ ପୀଡ଼ିତା ଙ୍କ ବାପାଙ୍କୁ ମାଡ ମାରି ଥିଲେ। ଏହା ପରେ ପୀଡ଼ିତା ବିଜେପୁର ଥାନାରେ ଏକ ଏତଲା ଦାୟର କରିଥିଲେ। ଏହି ଏତଲା କୁ ଭିତ୍ତି କରି ଅଭିଯୁକ୍ତ ରାଜକୁମାର ବାଗ କୁ ବିଜେପୁର ପୋଲିସ ୨୦.୦୯.୨୦୨୩ ରେ ଗିରଫ କରି ଭବାନିପାଟଣା ପୋସ୍କୋ ଜର୍ଜ (କୋର୍ଟ) କୁ ହସ୍ତାନ୍ତର କରିଥିଲେ। ଦୁଇ ଦୁଇ ଥର ଅଭିଯୁକ୍ତ ଙ୍କ ଜାମିନ୍ କୁ ମାନ୍ୟବର ହାଇକୋର୍ଟ ଖାରଚ କରିଥିବାରୁ ଅଭିଯୁକ୍ତ ପାଖା ପାଖି ଏକ ବର୍ଷ ତିନି ମାସ ଜେଲ୍ ରେ ଥିଲେ। ତେବେ ଆଜି ମାନ୍ୟବର ଏ ଡି ଯେ କମ୍ ପୋସ୍କୋ ଜର୍ଜ ସୃତି ରେଖା ବାରିକ ଏହି ମାମଲା ର ଶୁଣାଣି କରିଛନ୍ତି। ପଚିଶ ଜଣ ସାକ୍ଷ୍ୟ ଙ୍କ ପ୍ରମାଣ କୁ ଭିତ୍ତି କରି ଅଭିଯୁକ୍ତ ରାଜକୁମାର ବାଗ କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି। ଅଭିଯୁକ୍ତ ଙ୍କ ତରଫରୁ ଯୁବ ଆଇନ୍ ଜିବି ଜୟଦେବ ସୁନାନି, ଯୁଗଳ କିଶୋର ପୁରୋହିତ ଏବଂ ସରକାର ଙ୍କ ତରଫରୁ ଆଇନ୍ ଜିବୀ ଲୋହିତ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ। 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ମୃତ୍ୟୁ/ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର/ଶବ ଜବତ କରି ବ୍ୟବଛେଦ ପାଇିଁ ପଠାଇବା ସହ ତଦନ୍ତ ଚଳାଇଛି ପୋଲିସ

Sunil Chandra Nayak

ଜମି ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା !!

Sunil Chandra Nayak

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ 

masiha

Leave a Comment

error: Content is protected !!