ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୁଡାପାଲି ସ୍ଥିତ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଏସ.ଏସ.ଡି.) ର ୨୫ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ

ଚୁଡାପାଲି ସ୍ଥିତ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଏସ.ଏସ.ଡି.) ର ୨୫ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ

ବଲାଂଗିର ; ୨୫/୦୧/୨୦୨୫ ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ସ୍ଥିତ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଏସ.ଏସ.ଡି.) ର ୨୫ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ନିରଜଂନ ବିଶି ଯୋଗଦେଇ ଛାତ୍ର ଛାତ୍ରୀ, ଅଭିଭାବକ, ଉପସ୍ଥିତ ଅଂଚଳ ବାସୀ ଙ୍କୁ ଉଦବୋଧନ ଦେଇଥିଲେ । ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ କଠୋର ପରିଶ୍ରମ କରିବାକୁ ହେବ ଏବଂ ଅତୀତ ରେ କମ ପାଠ ପଢିଥିଲେ ମଧ୍ୟ ଏସ ସି. ଓ ଏସ୍ ଟି. ଛାତ୍ର ଛାତ୍ରୀ ଙ୍କୁ ନିଯୁକ୍ତି ର ସୁଯୋଗ ମିଳୁଥିଲା କିନ୍ତୁ ଆଜିର ଦିନରେ ଉଚ୍ଚ ଶିକ୍ଷିତ ହେବାକୁ ପଡିବ ଆଉ ସେ ଦିନ ନାହିଁ ଏବେ ଗ୍ରୁପ ଡି କର୍ମଚାରୀ ପାଇଁ ପିଏଚଡି ଛାତ୍ର ଫର୍ମ ପକାଉଛନ୍ତି । ପ୍ରଧାନ ଶିକ୍ଷକ କୁଶଳେଶ୍ୱର ମିଶ୍ର ଙ୍କ ଆବାହକତ୍ୱ ରେ ଆୟୋଜିତ ସଭାରେ ଜିଲ୍ଲା ମଂଗଳ ଅଧିକାରୀ ଅଲେଖ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଡ. ସୁଶାନ୍ତ କୁମାର ପଣ୍ଡା ଓଡିଆ ଅଧ୍ୟାପକ ପିଜି ବିଭାଗ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ସମ୍ମାନୀତ ଅତିଥି ରସରାଜ ଅଚୁ୍ୟତ ପୁରୋହିତ ବ୍ୟଙ୍ଗକବି, ଦାମୋଦର ବିଶ୍ୱାଳ ଅତିରିକ୍ତ ଜିଲ୍ଲ ମଂଗଳ ଅଧିକାରୀ, ଲୋକନାଥ କୁମୁରା ଆଲୁମିନି ସଭାପତି, ଲକ୍ଷ୍ମି ନନ୍ଦ ସରପଂଚ ଚୂଡାପାଲି ପ୍ରମୁଖ ମଂଚାସୀନ ଥିଲେ । ଦୀର୍ଘ ସାତ ଦିନ ଧରି ୨୮ ଟି କ୍ରୀଡା ଓ ୭ ଟି ବୈାଦ୍ଧିକ ବିକାଶ ପାଇଁ ପ୍ରତିଯୋଗିତା ହୋଇଥିଲା ଏଥିରେ ୭୫୦ ଜଣ ଛାତ୍ର ଛାତୀ ଭାଗ ନେଇଥିଲେ ମୋଟ ୧୩୪ ଜଣ ବିଜେତା ଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଅତିଥ ଗଣ ପ୍ରଦାନ କରିଥିଲେ । ସାଂସ୍କୃତିକ ସଂଧ୍ୟାରେ ଆମ ଲୋକଗୀତ, ଲୋକ ନୃତ୍ୟ, ବହୁ ଭାଷୀୟ ନୃତ୍ୟ, ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଶଣ କରାଯାଇଥିଲା ସହଯୋଗ କରିଥିଲେ ବିଦ୍ୟାଳୟ ର ଚନ୍୍ରକାନ୍ତି ମିଶ୍ର, ବିଭୁପ୍ରସାଦ ୟାଦବ,ଚନ୍ଦ୍ରସେଖର ସାହୁ,ପ୍ରମୋଦା ପତି, ପୁର୍ଣିମା ପଣ୍ଡା, ବୁଦ୍ଧଦେବ ନାଏକ, ସୁଜାତା ସ୍ୱାଇଁ, ଜଗଡିଶ ସବର, ସୁଜାତା ନନ୍ଦ, ପ୍ରମୋଦିନୀ ପଧାନ ପ୍ରମୁଖ ଶିକ୍ଷଜ ଓ ଶିକ୍ଷୟିତ୍ରୀ ବୃନ୍ଦ । ବିଦ୍ୟାଳୟ ପରିଚାଳନା ସଭାପତି ଅକ୍ଷୟ କୁମାର ଘିବେଲା, ସଂଗଠକ ଜୟକୃଷ୍ଣ ମିଶ୍ର, ବିଜୟ ନାହାକ, ଶୁସିଲ ବେହେରା, ପଙ୍କଜ ମାଲ, ସନ୍ତୋଷ ସାହୁ, ତ୍ରିନାଥ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗ ଦାନ

Sunil Chandra Nayak

ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  “ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ

masiha

ଆପାତକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ

masiha

Leave a Comment

error: Content is protected !!