ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଦାନ୍ତ କମ୍ପାନୀରୁ ଲୁହା ଚୋରି ଅଭିଯୋଗ : ୬ କୋର୍ଟଚାଲାଣ 

ବେଦାନ୍ତ କମ୍ପାନୀରୁ ଲୁହା ଚୋରି ଅଭିଯୋଗ : ୬ କୋର୍ଟଚାଲାଣ 

ଲାଞ୍ଜିଗଡ଼, ୨୬/୦୧(ମନିସ)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡରୁ ଲୁହାଚୋରି ଅଭିଯୋଗରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ ପୁଲିସ। ଏନେଇ ଲାଞ୍ଜିଗଡ଼ ପୁଲିସ ପକ୍ଷରୁ କେସ ନଂ ୦୨/୨୦୨୫ ରେ ଏକ ମାମଲା ରୁଜୁ କରି ୬ଜଣଙ୍କୁ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼ରୁ ଲୁହା ଚୋରି କରୁଥିବାବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଛଡ଼ରଙ୍ଗ ଗାଁର ଶିବରାମ ଦୁର୍ଗା, ସନ୍ତୋଷ ବାଗ, ରବି ବାଗ, ମଦନ ବାଗ, ଦେବରାଜ ବାଗ ଓ କାନ୍ତରୁ ଟାକରିଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ନଗଦ ୫୭ ହଜାର ୭୯୦ ଟଙ୍କା ଓ ଗୋଟିଏ ଗ୍ୟାସ ସିଲିଣ୍ଡର, ଗ୍ୟାସ କଟର, ଗ୍ୟାସ ପାଇପ, ଅକ୍ସିଜେନ ସିଲିଣ୍ଡର ପ୍ରଭୃତି ଜବତ କରାଯାଇଥିଲା। ଏହାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଆମଗୁଡା ଡକାୟତି ଘଟଣା ରେ ପାଞ୍ଚ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

masiha

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ବେଆଇନ ଧାନ ସହ ୨ ଗାଡି ଜବତ

masiha

ବିଟ୍ଟୁ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ୍‌ କରି ସିନ୍‌ ରିକ୍ରିଏସନ୍‌ କଲା ବଲାଙ୍ଗିର ପୋଲିସ

Leave a Comment

error: Content is protected !!