ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜିଲ୍ଲାସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା:ତା 26.01.2025 କଳାହାଣ୍ଡି ଜିଲ୍ଲା ସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ସ୍ତାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସର ମୁଖ୍ୟ ଅତିଥି ଭାବେ ପାୱାର ସଚିନ ପ୍ରକାଶ ଜିଲ୍ଲାପାଳ କଳାହାଣ୍ଡି ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ ପରିଦର୍ଶନ,ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସମବେତ ଜନତା ଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ଯରେ ପ୍ରଥମେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଭାରତ ର ସ୍ଵାଧୀନତା ଓ ସମ୍ବିଧାନ ପ୍ରଣୟନ ରେ ଯେଉଁ ମହାପୁରୁଷଙ୍କ ଅକ୍ଲାନ୍ତ ପରିଶ୍ରମ ତ୍ୟାଗ ଓ ବଳିଦାନ ରହିଥିଲା ତାଙ୍କର ସ୍ମୃତି ଚାରଣ କରିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମ ରେ କଳାହାଣ୍ଡି ଜିଲ୍ଲା ର ବୀର ସ୍ଵାଧୀନତା ସଂଗ୍ରାମୀ ସହିଦ୍ ରେଣ୍ଡୋ ମାଝି ଙ୍କ ବଳିଷ୍ଠ ନେତୃତ୍ବ ଓ ନିଜ ମାଟି ଦେଶ ମାତୃକାର ସେବା ପାଇଁ ଇଂରେଜ ସରକାର ଙ୍କ ବିରୁଦ୍ଧରେ ଲଢ଼େଇ କରି ସହିଦ୍ ହୋଇଥିବା କଥା ମନେପକାଇଥିଲେ । ଏହି ଅବସରରେ ଜିଲା ର ଶିକ୍ଷା, ସ୍ୱାସ୍ଥ୍ୟ କୃଷି, ଗମନାଗମନ, ପର୍ଯ୍ୟଟକ ଇତ୍ୟାଦି କ୍ଷେତ୍ରରେ ହୋଇଥିବା ଉନ୍ନତି ଓ ବିକାଶ ଧାରାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ଙ୍କର ସହଯୋଗ ର ଆବଶ୍ୟକତା ରହିଥିବା କଥା ମୁଖ୍ୟ ଅତିଥି ଦର୍ଶାଇଥିଲେ। ମିଳିତ ପ୍ୟାରେଡ ରେ ପୋଲିସ ବାହିନୀ ଙ୍କ ସହିତ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର 44 ଗୋଟି ପ୍ଲାଟୁନ୍ ଅଂଶଗ୍ରହଣ କରି ଆକର୍ଷଣୀୟ ପ୍ୟାରେଡ ପ୍ରଦର୍ଶନ କରିଥିଲେ। ଏଥିରେ ପ୍ରଥମ ଶ୍ରେଷ୍ଠ ବିବେଚିତ ସିନିୟର ଏନ୍ ସି ସି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ, ଆର୍ମି ଉଇଙ୍ଗ,ଜୁନିଅର ବି ଏମ,ହାଇସ୍କୁଲ,ବେଷ୍ଟ ସ୍କାଉଟ୍ ମାଣିକେଶ୍ଵରୀ ହାଇ ସ୍କୁଲ, ବେଷ୍ଟ ଗାଇଡ୍ କିସ ଆବାସିକ ବିଦ୍ୟାଳୟ,ବେଷ୍ଟ ଜୁନିଅର ରେଡକ୍ରସ ସିଟିଜେନ ମଡେଲ ଇ ଏମ୍, ସ୍କୁଲ, ବେଷ୍ଟ ସିନିୟର ସିଭିଲି ଅନ,ସତ୍ୟସାଇ ବିଦ୍ୟାମନ୍ଦିର,ଜୁନିୟର ସିଭି ଲିଅନ,ବିମଳା କନଭେଣ୍ଟ, ବେଷ୍ଟ ପ୍ଲାଟୁନ୍ ସିନିୟର କମାଣ୍ଡର ଯୋଗେଶ୍ଵର ବୈଶାଳ,ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ, ବେଷ୍ଟ ଲିଟିଲ କମାଣ୍ଡର ରାଜପ୍ରତାପ ସାହୁଙ୍କୁ ମୁଖ୍ୟ ଅତିଥି ଟ୍ରଫି, ପ୍ରଦାନ କରିଥିଲେ। ଏବଂ ଶାରୀରିକ କ୍ରୀଡା କୌଶଳରେ ରେ ଶ୍ରେଷ୍ଟ ବିବେଚିତ ଶିକ୍ଷା ଅନୁଷ୍ଠାନ ଙ୍କୁ ମଧ୍ଯ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ନିଜର ସରକାରୀ ଚାକିରୀ କ୍ଷେତ୍ରରେ ଉତ୍ତମ୍ କାର୍ଯ୍ୟ ଦକ୍ଷତା ପାଇଁ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଙ୍କୁ ସମ୍ମାନିତ କରାଯାଇଥିଲା। ବେଟୀ ପଢ଼ାଓ ବେଟୀ ବଛାଓ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ଯ ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଜେଲ, ରେଡ଼କ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ, ପରମାନନ୍ଦପୁର,ଶିଶୁ ଭାରତୀ ଅନାଥାଶ୍ରମ, ଜୁ ବି ନାଲ୍ ହୋମ ପରିଦର୍ଶନରେ ଯାଇ ମୁଖ୍ୟ ଅତିଥି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏଥିରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ)ବଇତୁରା ଦୀପ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଡେପୁଟି କଲେକ୍ଟର ସତ୍ୟନାରାୟଣ ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡି ଡି ପ୍ଲୀନିଂ ଶ୍ରୀକାନ୍ତ ଦଲେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମୁଜିବୁନ ନିଶା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ବରିଷ୍ଟ ନାଗରିକ, ଜନପ୍ରତିନିଧି, ବେସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ। 

ପ୍ରାତଃ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସହରରେ ରାମ ଧୁନ୍ ପରିବେଷଣ କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ଵାରା ସହର ସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l ଏହି ଅବସରରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର କମିଟି ଓ ଜିଲ୍ଲା ଅଣ ଗେଜେଟ୍ରେଡ଼ ସମନ୍ଵୟ ସମିତ ପକ୍ଷରୁ ଅମଲା ସଂଘ ଭବନ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା l ଅପରାହ୍ନ ରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପରମାନନ୍ଦପୁର ସ୍ଥିତ ରେଡ଼କ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ ର ଛାତ୍ର ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହୋଇଥିଲା ଏହାକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଉଦଘାଟନ କରିଥିଲେ। ସନ୍ଧ୍ୟାରେ ସ୍ଥାନୀୟ ଟାଉନହଲ ଠାରେ ପୁରସ୍କାର ବିତରଣ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡଃ ଅଜୟ ମିଶ୍ର, ଡଃ ଉମେଶ ଚନ୍ଦ୍ର ଶତପଥି, ଉମାଶଙ୍କର କର ଯୋଗଦେଇ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ,ଏଥିରେ ହେମନ୍ତ କୁମାର ମୁଣ୍ଡ, ବିରଞ୍ଚି ନାରାୟଣ ମୁଣ୍ଡ ସହଯୋଗ କରିଥିଲେ। ବରିଷ୍ଠ ଏନ୍ ସି ସି ଶିକ୍ଷକ ରବି ପ୍ରସାଦ କାନୁନଗୋ, ଆଶୁତୋଷ ପଣ୍ଡା, ଚିତ୍ତରଞ୍ଜନ କର, ନୀଳାମ୍ବର ଶବର ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ସଂସ୍କୃତି ବିଭାଗ ର ଅନ୍ୟ ସବୁ କର୍ମଚାରୀ ସହଯୋଗ କରିଥିଲେ।

( ମ ନି ସ ) 

Related posts

ଡାମରପୁର ଜେନାପାଟଣା ଗ୍ରାମର ଦୌପଦୀ ସାହୁ ଙ୍କ ପରଲୋକ

Sunil Chandra Nayak

MP Shri Niranjan Bishi Remarks on the Jan Vishwas (Amendment of Provisions) Bill, 2025

Sunil Chandra Nayak

ପାଳିତ ହେଲା ପଶ୍ଚିମ ଓଡ଼ିଶା ର ମହାନ୍ ପର୍ବ ନୂଆଁଖାଇ 

Sunil Chandra Nayak

Leave a Comment

error: Content is protected !!