ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ର ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ୍ କରାଯାଉ, ଦାବିରେ , ବିକ୍ଷୋଭ ପ୍ରଦର୍ଶନ

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ର ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ୍ କରାଯାଉ, ଦାବିରେ , ବିକ୍ଷୋଭ ପ୍ରଦର୍ଶନ

ଆଜି ତା 27/01/2025 ରିଖ ସୋମବାର, ଓଡ଼ିଶା ଜୀବିକା ମିଶନ ଇ ସି ସଂଘ କଲାହାଣ୍ଡି ଜିଲ୍ଲା କମିଟି ପକ୍ଷ ରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ (GPLF,E,C), BLF, DLF, କାର୍ଯ୍ୟନିର୍ବାହୀ କମିଟି ର ହଜାର ହଜାର ସଦସ୍ୟା ସ୍ଥାନୀୟ, ଭବାନୀପାଟଣା ମାଣିକେଶ୍ଵରୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ, ପୁନର୍ଗଠନ (ରିଷ୍ଟୁକଚରିଙ୍ଗ) ପ୍ରକ୍ରିୟା ବନ୍ଦ କରି, ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ, ମାନ୍ୟବର ମୁଖ୍ୟ ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ବିଭାଗୀୟ ସଚିବ ଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲା, ଆମର ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବା ସହ ରାଜ୍ୟର ଲକ୍ଷ୍ୟ ଲକ୍ଷ ଇ, ସି କର୍ମୀ ରାଜଧାନୀ ର ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ର ଉପ ଦେଷ୍ଟା ଉମେଶ୍ ଚନ୍ଦ୍ର ନାୟକ ଚେତାବନୀ ଦେଇଛନ୍ତି, ଭାରତୀୟ ମଜଦୂର ସଂଘ ର ଜିଲ୍ଲା କାର୍ଯ୍ୟକର୍ତ୍ତା ରାଧାକାନ୍ତ ବେହେରା ସମାନ କଥା କହିଥିବା ବେଳେ, ଜିଲ୍ଲା ସଭାନେତ୍ରୀ ନଳିନୀ ମଞ୍ଜରୀ ବାଗ, ସଂପାଦିକା- ଶଙ୍ଖଶିନି ପଣ୍ଡା, ବୈଜୟନ୍ତୀ ସାହୁ, ରାଜଲକ୍ଷ୍ମୀ ଭଇଁସାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନି ସଭାରେ, ଭବାନୀ ରାଉତ, ଉପ ସଭାପତି, ଭାରତୀୟ ମଜଦୁର ସଂଘ ଜିଲ୍ଲା କାର୍ଯ୍ୟାଳୟ, କଳାହାଣ୍ଡି, ଜିଲ୍ଲା ର ନୂଆପଡା, ରାୟଗଡା ପ୍ରଭାରୀ ବିଶ୍ୱ ରଞ୍ଜନ ସା ଯୋଗ ଦେଇ, ମାଆ ମାନଙ୍କ ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ ! 

କଲାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କରମ ପରବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ  ୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ଜୟରାମ୍ ମାହାତୋ ଯୋଗଦେବେ

Sunil Chandra Nayak

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ

ଧାମରା ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

masiha

Leave a Comment

error: Content is protected !!