ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ୟାଡ଼ମିଣ୍ଟନ ଆସୋସିଏସନ ର ନୂତନ କର୍ମକର୍ତା ମନୋନୀତ

ଜୁନାଗଡ଼ ବ୍ୟାଡ଼ମିଣ୍ଟନ ଆସୋସିଏସନ ର ନୂତନ କର୍ମକର୍ତା ମନୋନୀତ

ଜୁନାଗଡ଼ ୨୭/୧(ମ ନି ସ)- ଆଗାମୀ ୨୦୨୫ ରୁ ୨୦୨୮ ତିନି ବର୍ଷ ପାଇଁ ଜୁନାଗଡ଼ ବ୍ୟlଡ଼ମିଣ୍ଟନ ଆସୋସିଏସନ ର କର୍ମକର୍ତା ମନୋନୟନ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ସ୍ଥିତ ଇଣ୍ଡୋର ହଲ ଠାରେ ପୂର୍ବତନ ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ସର୍ବସମ୍ମତି କ୍ରମେ ହିମାଂଶୁ ଶେଖର ବରାଡ଼ ସଭାପତି, ସରୋଜ କୁମାର ପଣ୍ଡା କାର୍ଯ୍ୟକାରୀ ସଭାପତି, ଉପ ସଭାପତି ଉମେଶ କୁମାର ଜୈନ ଓ ନୀତିଶ ମହାପାତ୍ର,ସାଧାରଣ ସମ୍ପାଦକ ଭାବେ ସମୀର କୁମାର ସାହୁ, ଯୁଗ୍ମ ସମ୍ପାଦକ ସୁମନ ପାଣିଗ୍ରାହୀ, କୋଷାଧକ୍ଷ ଦିଲୀପ କୁମାର ପଣ୍ଡା ମନୋନୀତ ହୋଇଛନ୍ତି l ମୁଖ୍ୟ ଉପଦେଷ୍ଟା ଭାବେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଆଇନ ଉପଦେଷ୍ଟା ଆଇନଜୀବୀ ମଦନମୋହନ ସାହୁ ଓ କାର୍ଯକାରି ସଦସ୍ୟ ଭାବେ ଶୈଳେଶ କୁମାର ସାହୁ, ସନ୍ଦୀପ କୁମାର ସାହୁ,ମାନସ କୁମାର ସାହୁ,ବିଭୁତି ଭୂଷଣ ପଣ୍ଡା,ଚକ୍ରଧର ବାଗ, କାଳିଆ କନ୍ଦପାନ, ମହମ୍ମଦ ଜାଫର, ରାକେଶ କୁମାର ବେମାଲ, ଜଲୀ ପରlଭୋଇ, ରୋଜାଲିନ ନାୟକ, ଶିବାନୀ ଭାଟି ପ୍ରମୁଖ ମନୋନୀତ ହୋଇଛନ୍ତି l ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ବ୍ୟlଡ଼ମିଣ୍ଟନ ଟୁର୍ନାମେଣ୍ଟ କରାଯିବ ପାଇଁ ସଭା ରେ ମତପ୍ରକାଶ ପାଇଥିଲା l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଘୋଡ଼ା ଖୁଣ୍ଟା ବ୍ରହ୍ମ ଧ୍ୱନି ମନ୍ଦିରରେ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ 

Sunil Chandra Nayak

ଜିଲ୍ଲା ମୁଖ୍ୟାଳୟ କୁ ଦେଲେ ବ୍ଲକ୍ କୁ କପଟ କଲେ,ନବରଙ୍ଗପୁର ଧର୍ମ ଅନୁଷ୍ଠାନ କୁ ୫ଟି ଙ୍କ ଅନୁଦାନ

Sunil Chandra Nayak

ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ 

masiha

Leave a Comment

error: Content is protected !!