ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗମ ଅଞ୍ଚଳ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା /ଆଦିବାସୀ ନୃତ୍ୟରେ ଦୁଲୁକିଲା ଚଢ଼େଇପାହାଡି ସ୍ପୋର୍ଟ ପଡିଆ

ଦୁର୍ଗମ ଅଞ୍ଚଳ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା /ଆଦିବାସୀ ନୃତ୍ୟରେ ଦୁଲୁକିଲା ଚଢ଼େଇପାହାଡି ସ୍ପୋର୍ଟ ପଡିଆ

 ମୟୂରଭଞ୍ଜ – ୨୮/୦୧ // ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅଂଚଳର ଦୁର୍ଗମ ଅଞ୍ଚଳରେ ରୂପେ ପରିଚିତ ଚଢ଼େଇପାହାଡି ଗ୍ରାମ ପଂଚାୟତ l ଏହି ପଂଚାୟତ ର ଚଢେଇପାହାଡି ଗ୍ରାମ ରେ 36 ତମ ବାର୍ଷିକ କ୍ରୀଡା ଓ ସାଂକୃତିକ କାର୍ଯ୍ୟକ୍ରମ ହୋଇଥିଲା lକାର୍ଯ୍ୟକ୍ରମ ରେ ବାଳକ ବାଳିକା ମାନଙ୍କ ଦୌଡ଼, ବୟସ ମାନଙ୍କର ଲମ୍ବ ଡିଆଁ, ବାଳିକା ମାନଙ୍କ ମ୍ୟୁଜିକ ଏଣ୍ଡ ଚେୟାର ଖେଳ ଅନୁଷ୍ଠିତ ହୋଇଥିଲା lସେଥିମଧ୍ୟରୁ ମହିଳାଙ୍କ ବଲ କି୍ୱ ଖେଳ ବେଶ ଲୋକପ୍ରିୟ ହୋଇଥିଲା l ଉପରବେଳା ସମୟରେ ହୋ ଶୁସୁନ, ବୁଢିଗାଳି, କାଠି ନାଚ, ଡିସ୍କ, ଦାସlଇ, ଭାଲୁ ନାଚ ପ୍ରମୁଖ ଆଦିବାସୀ ପାରମ୍ପରିକ ନାଚ ଦେଖିବାକୁ ମିଳିଥିଲା l ସନ୍ଧ୍ୟା ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟଅଥିତି ଭାବେ ଚଢ଼େଇପାହାଡି ପଂଚାୟତ ସମିତି ସଭ୍ୟା ଟାଣୁଆ ନେତ୍ରୀ କୁନି ସର୍ଦାର, ଚଢ଼େଇପାହାଡି ହାଇସ୍କୁଲ ପ୍ରଧାନ ଶିକ୍ଷକ କାରୁ ବାସ୍କେ ବିଜାତଳା ଅଞ୍ଚଳ ର ଜଣାଶୁଣା କଂଟ୍ରାକଟର ବଞ୍ଚାନିଧି ମହାରଣା, ପୂର୍ବତନ ସରପଞ୍ଚ ସମାୟ ମୁଣ୍ଡା ଯୋଗ ଦେଇଥିଲେ l ରାତ୍ରି ମନୋରଞ୍ଜନ ନିମନ୍ତେ ଆଦିବାସୀ ଅପେରା କାର୍ଯ୍ୟକ୍ରମ ଥିଲା l ମେଲାଡି ଖୁବ ଆକର୍ଷଣ ଥିଲା l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ରାଜ୍ଯ ସରକାର ଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ କଳା ବ୍ୟାଜ୍ ପରିଧାନ

ଏସ.ପି.ସି.ବି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ବ୍ଲକ ଅଧ୍ୟକ୍ଷଙ୍କ ସହାୟତାରେ ଗାଁକୁ ଫେରିଲା ମୃତ ଶରୀର

Sunil Chandra Nayak

Leave a Comment

error: Content is protected !!