ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଡୁଖୁଡି ଖେଳ ଉପରେ ଚଢାଉ, ୧ ଗିରଫ 

ଖୁଡୁଖୁଡି ଖେଳ ଉପରେ ଚଢାଉ, ୧ ଗିରଫ 

ଡାବୁଗାଁ, ୩୦/୧ (ମ.ନି.ସ.)- ଗୁରୁବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଗ୍ରାମ ନିକଟ କାଜୁ ବଗିଚା ମଧ୍ୟରେ ଚାଲିଥିବା ଖୁଡୁଖୁଡି ଖେଳ ଉପରେ ପୋଲିସ ଚଢାଉ କରି ଜଣ ଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଗ୍ରାମ ନିକଟ କାଜୁ ବଗିଚା ମଧ୍ୟରେ ଖୁଡୁଖୁଡି ଖେଳ ଚାଲିଥିବା ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା | ପୋଲିସ ପହଞ୍ଚିବା ଦେଖି ସେଠାରେ ଖେଳୁଥିବା ଲୋକେ ଦୌଡି ପଳାଇଥିଲେ | ଜଣେ ଲୋକ ପୋଲିସ ହାତରେ ଧାରା ପଡିଥିଲା | ଏଥିରେ ୬ ଟି ଗୋଟି, ୧ ଟି ପାଲି, ୧ ଟି ଝୁଡି ଓ ୮୫୦ ଟଙ୍କା ଜବତ କରାଯାଇଛି | ଏଥିରେ ସମ୍ପୃକ୍ତ ଜୁନାପାଣି ଗ୍ରାମର ଅନନ୍ତରାମ ବିନ୍ଧାଣି ଙ୍କୁ ଗିରଫ କରାଯାଇଛି | ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଚନ୍ଦ୍ର ଶେଖର ହଜାରୀ, ହାବିଲଦାର ଶିବଶଙ୍କର ଭଞ୍ଜ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ଚଢାଉରେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭବାନୀ ପାଟଣା – ବସ ଧକ୍କା ରେ ଯୁବକ ମୃତ

Sunil Chandra Nayak

ଖାତିଗୁଡା ରେ ଯୁବକ ଙ୍କୁ ହତ୍ୟା : ମୃତଦେହ ଉଦ୍ଧାର ଚାଲିଛି ପୋଲିସ ର ତଦନ୍ତ

masiha

ପ୍ରେମିକାର ପ୍ରତାରଣା ସହିପାରିଲେନି ଯୁବକ , ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ କଲେ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!