ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷ୍ଟେପିଙ୍ଗ ଷ୍ଟୋନ୍ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକୋତ୍ସବ 

ଷ୍ଟେପିଙ୍ଗ ଷ୍ଟୋନ୍ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକୋତ୍ସବ 

     ଭବାନୀପାଟଣା ସ୍ଥିତ କଳାହାଣ୍ଡି ରାଜ ପ୍ରାସାଦ ପରିସରରେ ଥିବା ଷ୍ଟେପିଙ୍ଗ ଷ୍ଟୋନ ଇଂଲିଶ ମିଡିଅମ୍ ସ୍କୁଲର ବିଂଶତମ ବାର୍ଷିକ ଉତ୍ସବ ମାଣିକେଶ୍ଵରୀ ମନ୍ଦିର ସମ୍ମୁଖରେ ଥିବା ସଭା ମଣ୍ଡପରେ ଅନୁଷ୍ଠିତ ହୋଇଛି। ସ୍କୁଲର ପ୍ରିନ୍ସିପାଲ ସଂଯୁକ୍ତା ସାହା ଦେଓ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ କଳାହାଣ୍ଡି ରାଜମାତା ପଦ୍ମ ମଞ୍ଜରୀ ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରିନ୍ସପାଲ ଶ୍ରୀମତୀ ସାହା ଦେଓ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା। ୨୦୦୫ ମସିହାରେ କଳାହାଣ୍ଡି ରାଜ ଜେମା ଶ୍ରୀ ମଞ୍ଜରୀ ଦେବୀଙ୍କ ଦ୍ଵାରା ଏକ ନର୍ସରୀ ସ୍କୁଲ ଭାବରେ ଷ୍ଟେପିଙ୍ଗ ଷ୍ଟୋନ ସ୍କୁଲ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ସ୍କୁଲରେ ନର୍ସରୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯାଇଥିଲା। କଳାହାଣ୍ଡି ମହାରାଣୀ ରୀତୁଜା ମଞ୍ଜରୀ ଦେବୀଙ୍କ ତତ୍ତ୍ୱାବଧାନରେ ଏହି ସ୍କୁଲ ପରିଚାଳିତ ହେଉଛି। ବିଗତ ୨୦ ବର୍ଷ ଧରି ଏହି ସ୍କୁଲ ସ୍ଥାନୀୟ ଛାତ୍ର ଛାତ୍ରୀଙ୍କୁ ଉନ୍ନତ ମାନର ଇଂଲିଶ ମାଧ୍ୟମ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରିରୀକ ବିକାଶ ନିମନ୍ତେ ଉଦ୍ୟମ କରି ଆସୁଛି ବୋଲି ପ୍ରିନ୍ସପାଲ ଶ୍ରୀମତୀ ଦେଓ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଭାରତ ଭୂଷଣ ଦେଓ, ଆଦିତ୍ୟ ଦେଓ ସମେତ ଅଭିଭାବକ ମାନେ ଏଥିରେ ଉପସ୍ଥିତ ଥିଲେ। 

( ମ ନି ସ ) 

Related posts

ବିପଦସଙ୍କୁଳ ଗୃହରେ ଚାଲିଛି ରାଇରଙ୍ଗପୁର ଉପନିୟୋଜନ କାର୍ଯ୍ୟାଳୟ

Sunil Chandra Nayak

ସମାଜସେବୀ ତଥା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା 

Sunil Chandra Nayak

ସିଡବ୍ଲୁସି ସଦସ୍ୟ ସଞ୍ଜୟ କୁମାରଙ୍କ ହସ୍ତକ୍ଷେପ – ଥଇଥାନ ହେବେ କୁଲିହାରୀଗୁଡ଼ାର ୪ ଅନାଥ ଭାଇଭଉଣୀ ,ସହାୟତାର ହାତ ବଢ଼ାଇଲା ଜିଲା ଶିଶୁ ମଙ୍ଗଳ ସମିତି

Sunil Chandra Nayak

Leave a Comment

error: Content is protected !!