ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

ରାଇରଙ୍ଗପୁରରେ ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

 ମୟୂରଭଞ୍ଜ -୦୧/୦୨ // ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଅପମାନଜନକ ଶବ୍ଦ ବ୍ଯବହାର କରିଥିବା ପ୍ରତିବାଦରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ତରଫରୁ ସୋନିଆ ଗାନ୍ଧିଙ୍କ ଵକ୍ତଵ୍ଯକୁ ନିନ୍ଦା କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ଦଳୀୟ ନେତୃବୃନ୍ଦ କହିଥିଲେ ସେନିଆ ଗାନ୍ଧୀ ଜଣେ ଭାରତର ୧ ନମ୍ବର ନାଗରିକ,ତଥା ଆଦିବାସୀ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଏହା ଏକ ଲଜ୍ଜାଜନକ ମନ୍ତବ୍ୟ । ତେଣୁ ସୋନିଆ ଗାନ୍ଧୀ ମନ୍ତବ୍ୟ ପ୍ରତ୍ୟାହାର ସହ କ୍ଷମା ନ ମାଗିଲା ପର୍ଯ୍ୟନ୍ତ ପଲ୍ଲୀ ରୁ ଦିଲ୍ଲୀ ପ୍ରତିବାଦ ସଭା କରାଯିବ ।ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ।ତେଣୁ କୌଣସି ଧର୍ମ,ଜାତି,ବର୍ଣ, ବ୍ୟକ୍ତି ମୌଳିକ ଅଧିକାର କୁ ନିନ୍ଦା କରାଯିବା ଉଚିତ ନୁହେଁ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜର କର୍ତ୍ତବ୍ୟ ,ନିଷ୍ଠା,ଉଦ୍ୟମ, ଜ୍ଞାନ,ଗାରିମା, ନେତୃତ୍ବ ଅଭିଜ୍ଞତା, ଆଧ୍ୟାତ୍ମିକତା ଓ ଦେଶଭକ୍ତ ପାଇଁ ଆଜି ସେ ଦେଶର ସର୍ବୋଚ୍ଚ ସ୍ଥାନ ଅଂଳକୃତ କରିପାରିଛନ୍ତି ଏହି କାର୍ଯ୍ୟକ୍ରମରେ ନଵ ନିଯୁକ୍ତ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଜୁରିଲାଲ ମହାନ୍ତ,ବିଧାୟକ ଜଲେନ ନାଏକ, ବର୍ଷିଆନ ବିଜେପି ନେତା ମନୋରଞ୍ଜନ ମହାନ୍ତି ( ନନ୍ଦିଆ),ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ମନୋଜ ଦାସ( ବାପି),ବିକାଶ ମହାନ୍ତ,ନଗର ବଜେପି ସଭାପତି ସୁରଥ ପଟ୍ଟନାୟକ, ବିଜୁ ଗୋପାଲ ଗୋପ, ,ଲାଲା ବାରିକ,କିଶୋର ରଜକ,ହରି ସାହୁ ଙ୍କ ସମେତ ପ୍ରମୁଖ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ପ୍ରତିବାଦ ସଭାରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପ୍ରତିଶ୍ରୁତି ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ କବି ଓ କଳାକାର ସମ୍ମିଳନୀ 

masiha

ରାଉରକେଲା ପାନପୋଷ ରୋଡର ମାଆ ତାରିଣୀଙ୍କ ୪୭ତମ ଜନ୍ମବାର୍ଷିକୀ ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

Sunil Chandra Nayak

ଜନ୍ମ ଦିନ ବାର୍ତ୍ତା

masiha

Leave a Comment

error: Content is protected !!